କୋର୍ଟରେ ମାମଲାର ଶୀଘ୍ର ଶୁଣାଣି କରିବାକୁ ଓକିଲ କଲେ ଅପିଲ, ବିଚାରପତି କହିଲେ-‘ମୁଁ ଇସ୍ତଫା ଦେଇସାରିଛି’

ମୁମ୍ବାଇ,୧୪।୨: ବମ୍ବେ ହାଇକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସତ୍ୟରଞ୍ଜନ ଧର୍ମାଧିକାରୀ ଶୁକ୍ରବାର ନିଜର ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ମାମଲାର ଶୁଣାଣି ବେଳେ ଓକିଲଙ୍କୁ କହିଥିଲେ ଆଜି ତାଙ୍କର କାର୍ଯ୍ୟକାଳର ଶେଷ ଦିନ। ଜଷ୍ଟିସ୍ ଧର୍ମାଧିକାରୀଙ୍କ ଇସ୍ତଫା ଖବର ଶୁଣିବା ପର କୋର୍ଟରେ ଅଚାନତ ଭାବରେ ହଇଚଇ ସୃଷ୍ଟି ହୋଇଯାଇଥିଲା।

ଶୁକ୍ରବାର ଯେତେବେଳେ ବମ୍ବେ ହାଇକୋର୍ଟରେ ଜଷ୍ଟିସ୍ ଧର୍ମାଧିକାରୀ ଏକ ମାମଲାର ଶୁଣାଣୀ କରୁଥିଲେ। ସେତେବେଳେ ଓକିଲ ମାଥ୍ୟୁ ନେଦୁମପାରା ତାଙ୍କର ଏକ କେସର ଆବେଦନ ସମ୍ପର୍କରେ ଜଣାଇଥିଲେ ଓ ଆଗାମୀ ସପ୍ତାହରେ ଶୁଣାଣି କରିବାକୁ ଅପିଲ କରିଥିଲେ। ଏହି ସମୟରେ ଜଷ୍ଟିସ ସତ୍ୟରଞ୍ଜନ ଧର୍ମାଧିକାରୀ କହିଥିଲେ ସେ କାର୍ଯ୍ୟାଳୟ ଛାଡି ଦେଇଛନ୍ତି, ଆଜି ତାଙ୍କର କୋର୍ଟରେ ଶେଷ ଦିନ। ବିଚାରପତି ହଠାତ ଇସ୍ତଫା ଦେଇଥିବା କଥା ଶୁଣି ଓକିଲ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଭାବିଥିଲେ ବୋଧହୁଏ ବିଚାରପତି ମଜାଳିଆ ଢଙ୍ଗରେ କହିଛନ୍ତି। ତେବେ ପରେ ଯେତେବେଳେ ସେ ଜାଣିଥିଲେ ତାହା ସହ ତାଙ୍କୁ ଖୁବ୍ ଝଟକା ଲାଗିଥିଲା

ଜଷ୍ଟିସ୍ ଧର୍ମାଧିକାରୀ ଇସ୍ତଫା ଦେବାର କାରଣ ହେଉଛି ତାଙ୍କର ଟ୍ରାନ୍ସଫର ଅନ୍ୟ ଏକ ରାଜ୍ୟର ମୁଖ୍ୟ ବିଚାରପତି ଭାବରେ କରାଯାଉଥିଲା। ତେବେ ସେ ନିଜର ବ୍ୟକ୍ତିଗତ ଓ ପାରିବାରିକ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ୍ ଧର୍ମାଧିକାରୀ କହିଛନ୍ତି, ମୋତେ ଅନ୍ୟ ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି କରାଯାଇଥିଲା,ତେବେ ମୁଁ ମୁମ୍ବାଇ ଛାଡିକି ଯିବାକୁ ଚାହେଁନି। ଗୁରୁବାର ସନ୍ଧ୍ୟାରେ ମୁଁ ନିଜର ଇସ୍ତଫା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛି।’

ଉଲ୍ଲେଖନୀୟ ଯେ, ଜଷ୍ଟିସ୍ ଧର୍ମାଧିକାରୀ ବମ୍ବେ ହାଇକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି। ସେ ୨୦୦୩ରେ ବମ୍ବେ ହାଇକୋର୍ଟର ବିଚାରପତି ଓ ମୁଖ୍ୟ ବିଚାରପତି ହେବାର ତାଲିକାରେ ଥିଲେ। ଜଷ୍ଟିସ୍ ଧର୍ମାଧିକାରୀ ଏକ ଆଇନଜୀବି ପରିବାରର,ତାଙ୍କର ବାପା ମଧ୍ୟ ଜଣେ ବଡ ଜଷ୍ଟିସ୍ ଥିଲେ। ଜଷ୍ଟିସ୍ ଧର୍ମାଧିକାରୀ ବମ୍ବେ ୟୁନିଭର୍ସିଟିରୁ ଏଲଏଲବି ଓ ୧୯୮୩ରେ ଓକିଲାତି କରିଥିଲେ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ହିଂସା: ମୃତକଙ୍କ ପିଛା ୧୦ ଲକ୍ଷ କ୍ଷତିପୂରଣ, ଆହତଙ୍କୁ ମାଗଣା ଚିକିତ୍ସା

ଆପ୍‌ ନେତାଙ୍କ ଛାତ ଉପରୁ ପଥର ଓ ପେଟ୍ରୋଲ୍‌ ବମ୍‌ ଜବତ : ସେ କହିଲେ , ଏହା ଷଡ଼ଯନ୍ତ୍ର

ମହିଳାଙ୍କୁ ‘ଗୁଡ ମର୍ଣ୍ଣିଂ’ ମେସେଜ କରିଥିଲେ ଯୁବକ, ଛୁରି ଭୁସି ହତ୍ୟା କଲେ ସ୍ୱାମୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଓ ମନମୋହନ, ରାଜଧର୍ମ ପାଳନ ପରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦେଲେ ପରାମର୍ଶ