ଜୁଆ ଆଡ୍ଡା ଉପରେ ଚଢଉ: ଜଣେ ଗିରଫ

ବ୍ରଜରାଜନଗର ୬/୮:  ଝାରସୁଗୁଡ଼ା ସହରାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପୋଲିସ ଏକ ବଡ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି । ସହରାଞ୍ଚଳର କାଳୀ ମନ୍ଦିର ରୋଡ଼ରେ ଥିବା ବିଜେଡି କାର୍ଯ୍ୟାଳୟ ପାଖରେ ବିକାଶ ଜୟ ସ୍ୱାଲ ନାମକ କପଡା ବ୍ୟବସାୟୀ ଘରେ ଚଢ଼ଉ କରିଥିଲା।  ଘର ଭିତରେ ବ୍ରଜରାଜନଗର ନଗର ଅଞ୍ଚଳର କୁଖ୍ୟାତ ଜୁଆଡି ସଞ୍ଜୟ ସିଂ ବିକାଶ ଜୟ ଶ୍ୱାଳ ସମେତ ମୋଟ ୧୭ ଜଣ ଜୁଆଡ଼ି ଜୁଆ ଖେଳୁଥିଲେ। ପୁଲିସ ସମସ୍ତଙ୍କୁ କାବୁ କରିଥିଲା।  ସେମାନଙ୍କ ଠାରୁ ଜୁଆରେ ବ୍ୟବହାର କରାଯାଉଥିବା ତାସ, ନଗଦ ୧ ଲକ୍ଷ ୮୧ ହଜାର  ଟଙ୍କା ଜବତ କରିଥିଲା । ସେମାନଙ୍କ ଠାରୁ୧୬ ଟି ମୋବାଇଲ,  ଗୋଟିଏ କାର , ୬ଟି ମୋଟର ସାଇକେଲ ଏବଂ ଜୁଆ ଖେଳ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ପୁଲିସ ଜବତ କରିଛି । 

ସମସ୍ତଙ୍କୁ  ଗିରଫ କରି ଝାରସୁଗୁଡା ଟାଉନ ଥାନାରେ  ରଖାଯିବା ପରେ ଆଜି  ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଝାରସୁଗୁଡ଼ା ଏସପି ରାହୁଲ ପି.ଆର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ଗିରଫ ସଂଜୟ ସିଂ ଜଣେ ଭେଟେରାନ ଅପରାଧୀ ବୋଲି ପୋଲିସ କହିଛି । ସଞ୍ଜୟ ବ୍ରଜରାଜନଗର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇ ଆସୁଥିଲା।

   ସମ୍ବନ୍ଧିତ ଖବର


କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଜୈବିକ ଉପାୟରେ କଳାଧାନ ଚାଷ କଲେ ଯୁବ ଇଞ୍ଜିନିୟର: କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଦେଲେ ଉପକାରୀ ଆହାର, ହେଲେ ଆଦର୍ଶ