
ନୁଆଦିଲ୍ଲୀ ୧୮/୧୧: କାଳ ଭୈରବ ଅଷ୍ଟମୀ ୧୯ ନଭେମ୍ବର, ମଙ୍ଗଳବାର ପାଳନ କରାଯିବ । ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ଯେଉଁ ଭକ୍ତ ଭଗବାନ କାଳ ଭୈରବଙ୍କ ପୂଜାର୍ଚ୍ଚନା ଏବଂ ଉପବାସ କରେ, ଭଗବାନ କାଳ ଭୈରବ ତାକୁ ସମସ୍ତ ପ୍ରକାର ରୋଗରୁ ଦୂରେଇ ରଖନ୍ତି । ଆସନ୍ତୁ ଜାଣିବା କାଳ ଭୈରବ ଅଷ୍ଟମୀରେ ପୂଜାର ଶୁଭ ମୂହୁର୍ତ୍ତ…
କାଳ ଭୈରବ ଅଷ୍ଟମୀ ପୂଜାର ଶୁଭ ମୁହୂର୍ତ୍ତ
କାଳ ଭୈରବ ଅଷ୍ଟମୀର ଆରମ୍ଭ ୧୯ ନଭେମ୍ବର ସନ୍ଧ୍ୟା ୩ଟା ୩୫ ମିନିଟରେ ଆରମ୍ଭ ହୋଇଯିବ ।
କାଳ ଭାରବ ଅଷ୍ଟମୀର ସମାପନ ୨୦ ନଭେମ୍ବର ଦ୍ୱିପ୍ରହର ୧ଟା ୪୧ ମିନିଟରେ ହେବ ।

କାଳ-ଭୈରବ ବ୍ରତର ବିଧି
୧. କାଳ ଭୈରବ ଉପବାସ କରୁଥିବା ଲୋକମାନେ ସକାଳୁ ଗାଧୋଇ ପିତୃପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରିବା ପରେ ଭଗବାନ କାଳ ଭୈରବଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ।
୨. ବ୍ରତ କରୁଥିବା ବ୍ୟକ୍ତି ସାରା ଦିନ ଉପବାସ କରିବା ଉଚିତ୍ ଏବଂ ରାତ୍ରି ସମୟରେ ଧୂପ, ଦୀପ, କଳା ତିଳ, ସୋରିଷ ତେଲର ଦୀପ ଜଳାଇ ଭଗବାନ କାଳ ଭୈରବଙ୍କ ଆରତୀ ଗାନ କରିବା ଉଚିତ୍ ।
୩. ମାନ୍ୟତା ଅନୁସାରେ ଭଗବାନ କାଳ ଭୈରବଙ୍କ ବାହନ କୁକୁର ଏଥିପାଇଁ ଯେତେବେଳେ ବ୍ରତ ଖୋଲିବେ ପ୍ରଥମେ ନିଜ ହାତରେ କିଛି ଖାଦ୍ୟ ପ୍ରସ୍ତୁତ କରି ଗୋଟିଏ କୁକୁରକୁ ଖାଇବାକୁ ଦେବା ଉଚିତ୍ ।
୪. ଏମିତି କଲେ ଭଗବାନ କାଳ ଭୈରବଙ୍କ କୃପା ରହିଥାଏ । ମନ ଧ୍ୟାନରେ କାଳ ଭୈରବଙ୍କ ପୂଜା କଲେ ଭୁତ, ପ୍ରେତ, ପିଶାଚ ଏବଂ ଜୀବନରେ ଆସୁଥିବା ଅନେକ ବାଧା ଦୂର ହୋଇଯାଇଥାଏ ।

କାଳାଷ୍ଟମୀକୁ କାଳଭୈରବ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । କୁହାଯାଏ ଏହି ଦିନ ଭଗବାନ ଶିବ ଭୈରବଙ୍କ ରୂପରେ ପ୍ରକଟ ହୋଇଥିଲେ । ଭକ୍ତ ଏହି ଦିନ ଶିବଙ୍କ ପୂଜା କରିବା ସହିତ ତାଙ୍କ ପାଇଁ ଉପବାସ ରଖିଥାନ୍ତି । ଏହା ଶିବ ଭକ୍ତଙ୍କ ପାଇଁ ଏକ ବଡ ଦିନ ।
ଏହି ମନ୍ତ୍ର ଜପ କରନ୍ତୁ
ଅତିକ୍ରୁର ମହାକାୟ କଳ୍ପାନ୍ତ ଦହନୋପମ୍
ଭୈରବ ନମସ୍ତୁଭ୍ୟଂ ଅନୁଜ୍ଞା ଦାତୁମର୍ହସି !!