ଓଡ଼ିଆ ସାହିତ୍ୟର ଅନ୍ୟତମ ବରପୁତ୍ର କବିବର ରାଧାନାଥ ରାୟ

ଓଡ଼ିଆ ସାହିତ୍ୟର ଅନ୍ୟତମ ବରପୁତ୍ର କବିବର ରାଧାନାଥ ରାୟ । ତାଙ୍କ ବାଲ୍ୟଜୀବନ ମା’ଙ୍କୁ ହରାଇ ବିମାତା ରୂପଦାସୀଙ୍କ ସ୍ନେହ ଓ ଯତ୍ନରେ କଟିଥିଲା । କବିବରଙ୍କ ଉଲ୍ଲେଖନୀୟ କୃତି ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ଚିଲିକା’, ‘ମହାଯାତ୍ରା’ ଇତ୍ୟାଦି ଓଡ଼ିଆ ସାହିତ୍ୟର ଅନନ୍ୟ ରତ୍ନ ।

କାବ୍ୟ କବିତାରେ ପ୍ରକୃତିକୁ ଜୀବନ୍ୟାସ ଦେଇଥିବାରୁ ତାଙ୍କୁ ‘ଉତ୍କଳର ପ୍ରକୃତି କବି’ କୁହାଯାଏ । ଶିକ୍ଷା ବିଭାଗର ଉଚ୍ଚ ପଦବୀରେ ରହି ସେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଅନେକ ପାଠ୍ୟ ପୁସ୍ତକ ରଚନା କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦୃତ ହେଉଛି । ସେ ବଙ୍ଗଳା ଭାଷାରେ ମଧ୍ୟ ଅନେକ କାବ୍ୟ କବିତା ରଚନା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ସଂସ୍କୃତ ଭାଷାରେ ତାଙ୍କର ଗଭୀର ପ୍ରବେଶ ଥିବାରୁ କାଳିଦାସଙ୍କ ‘ମେଘଦୂତ’କୁ ଓଡ଼ିଆରେ ଅନୁବାଦ କରି ଯଶସ୍ୱୀ ହୋଇଛନ୍ତି ।

କର୍ମଠ ଓ ସାହସୀ ହେବାକୁ ସେ ଲେଖନୀ ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରାଉଥିଲେ । ଭାଷା ସାହିତ୍ୟକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କବି କୁହାଯାଏ । ଜୀବନବ୍ୟାପୀ କାବ୍ୟ ସାଧନା କରି ଓଡ଼ିଆ ସାହିତ୍ୟର ଏକ ନୂତନ ଦିଗ ଉନ୍ମୋଚନ କରିଥିବା ଏହି ମହାନ କବି ୧୮୪୮ ମସିହା ସେପ୍ଟେମ୍ବର ୨୮ତାରିଖରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ବରବଧୂଙ୍କୁ ପିଆଜ ଉପହାର, ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି ଫଟୋ