ଆଇସିୟୁରେ କବି ରବି ସିଂ; ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

କଟକ,୧୮ା୪(ବ୍ୟୁରୋ): ବିଖ୍ୟାତ ବିପ୍ଳବୀ କବି ତଥା ବରିଷ୍ଠ ସାମ୍ବାଦିକ ରବି ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର । ସେ ଏବେ ଏସ୍‌ସିବି ଡାକ୍ତରଖାନାର ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଶରୀରରେ ସୋଡିୟମ୍‌ କମିବା ସହ ରକ୍ତଶର୍କରା ମଧ୍ୟ ବୃଦ୍ଧି ପାଇଛି । ସେହିପରି ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ରହିଛି । ଫଳରେ ତାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ବିଗିଡ଼ି ଯାଇଥିବା ଡାକ୍ତର କହିଛନ୍ତି । ତଥାପି ତାଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଡାକ୍ତରମାନେ ଉଦ୍ୟମ ଚଳାଇଛନ୍ତି ।

ଭେଷଜ ବିଭାଗ ବିଶେଷଜ୍ଞ ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅହରହ ଅନୁଧ୍ୟାନ କରୁଛନ୍ତି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବି ରବି ସିଂଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ସିଂଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ ବୋଲି ଘୋଷଣା କରାଯାଇଛି । ଏସ୍‌ସିବି ପକ୍ଷରୁ ତାଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ସମ୍ପର୍କୀୟ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ପରିବାର ଲୋକେ ଗତ ୧୫ ତାରିଖ ରାତିରେ ପ୍ରଥମେ ଏସ୍‌ସିବି କାଜୁଆଲଟିରେ ତାଙ୍କୁ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମେଡିସିନ୍‌ ବିଭାଗକୁ ସ୍ଥାନାନ୍ତର କରିଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଆଜି ସକାଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଶ୍ରୀମନ୍ଦିର ନାମକ ବସ୍‌ରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଆଜି ମହାପ୍ରଭୁଙ୍କ ବାମନ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ