ଶ୍ରାଦ୍ଧ ଭୋଜିରୁ ବ୍ୟାପିଲା କରୋନା: କପିଳେଶ୍ୱର କଞ୍ଚ ସାହି ହଟସ୍ପଟ୍‌, ୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୦୯/୦୮: କପିଳେଶ୍ୱର କଞ୍ଚ ସାହିରେ ସଂକ୍ରମଣ ସୁଅ ଭଳି ମାଡିଛି । ଏହି ଅଞ୍ଚଳ ପ୍ରଥମ ଥର ପାଇଁ ହଟସ୍ପଟ୍‌ ପାଲଟିଛି । ଏକ ଶ୍ରାଦ୍ଧବାର୍ଷିକୀ ଆୟୋଜନରୁ ସଂକ୍ରମଣ ବ୍ୟାପିଥିବା ବିଏମ୍‌ସି କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି । ଏଥିରେ ଯୋଗ ଦେଇଥିବା ଏକାଧିକ ସଂକ୍ରମିତ ବାହାରିଛନ୍ତି ।

କଞ୍ଚ ସାହିରେ ପ୍ରଥମ ଆକ୍ରାନ୍ତ ଜଣକ ଜଣେ ଗ୍ୟାରେଜ୍‌ ମାଲିକ । ଗୁରୁବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ଗତ ୨୮ ତାରିଖରେ ତାଙ୍କ ବାପାଙ୍କର ଶ୍ରାଦ୍ଧ ଥିଲା । ଶ୍ରାଦ୍ଧବାର୍ଷିକୀ ପାଇଁ ଭୋଜି ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ସାମିଲ ହୋଇଥିଲେ । ଆଖପାଖ ପଡୋଶୀଙ୍କ ସମେତ ବନ୍ଧୁବାନ୍ଧବ ଆସିଥିଲେ । ଭୋଜି ଯିବାର କିଛି ଦିନ ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା । ସେ ନିଜର ପରୀକ୍ଷା କରାଇବାକୁ କରୋନା ପଜିଟିଭ୍‌ ଆସିଥିଲା । ଗତ ଶୁକ୍ରବାର ଦିନ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଏହା ପରେ ଭୋଜିକୁ ଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ପରୀକ୍ଷା କରାଯାଇଥିଲା । ଏଥିରୁ ଶନିବାର ଆସିଥିବା ରିପୋର୍ଟରେ ୧୬ଜଣ ପଜିଟିଭ୍‌ ବାହାରିଛନ୍ତି । କପିଳେଶ୍ୱରର ଆଉ କିଛି ସ୍ଥାନରୁ ୫ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି ।

୨୧ ସଂକ୍ରମିତଙ୍କ ଭିତରେ ୧୪ଜଣ ପୁରୁଷ ଓ ୭ଜଣ ମହିଳା ଅଛନ୍ତି । ଏଥିରୁ ୧୨ଜଣଙ୍କ ବୟସ ୪୦ବର୍ଷରୁ କମ୍‌ । ଅଧିକାଂଶଙ୍କ ଲକ୍ଷଣ ନଥିବାରୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ବମିଖାଲ ଗାୟତ୍ରୀ ଏନ୍‌କ୍ଲେଭ୍‌ରୁ ୬ଜଣ ଆକ୍ରାନ୍ତ ବାହାରିଛନ୍ତି । ସମସ୍ତେ ଗୋଟିଏ ଫ୍ଲାଟ୍‌ରେ ରହୁଥିଲେ ଓ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ପରିବାରର ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ଭାରତକୁ କରୋନା ଆଣିଛନ୍ତି ଦୁବାଇ, ବ୍ରିଟେନ ଯାତ୍ରୀ-ମଣ୍ଡି ଆଇଆଇଟି ଅଧ୍ୟୟନରୁ ମିଳିଲା ତଥ୍ୟ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି