IPL ୨୦୨୦: ଇତିହାସ ରଚିଲେ ରବାଡା, ନିଜ ନାମରେ କଲେ ଏହି ରେକର୍ଡ

ନୂଆଦିଲ୍ଲୀ, ୧୮/ ୧୦: ଆଇପିଏଲ ଇତିହାସରେ ନୂଆ ରେକର୍ଡ କଲେ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କାଗିସୋ ରବାଡା। ଆଇପିଏଲରେ ଏକ ଖାସ ରେକର୍ଡରେ ନିଜ ନାମରେ କଲେ ରବାଡା।ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ବୋଲର ଭାବେ ୫୦ ଓ୍ବିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ବୋଲର ମାତ୍ର ୨୭ଟି ଆଇପିଏଲ ମ୍ୟାଚ୍‌ ଖେଳି ୫୦ ଓ୍ବିକେଟ୍‌ ନେବାରେ ସବୁଠାରୁ ଦ୍ରୁତତମ ବୋଲର ହୋଇଛନ୍ତି।

ଆଇପିଏଲ ୨୦୨୦ର ୩୪ତମ ମ୍ୟାଚରେ ରବାଡା ଯେମିତି ଡୁପ୍ଲେସିସ୍‌କୁ ଆଉଟ କରିଥିଲେ ସେ ନିଜ ଆଇପିଏଲ କ୍ୟାରିୟରରେ ୫୦ ଓ୍ବିକେଟ ନେଇଥିଲେ। ରବାଡାଙ୍କ ପୂର୍ବରୁ ଏହି ରେକର୍ଡ ସୁନିଲ ନାରିନ୍‌ଙ୍କ ନାମରେ ଥିଲା। ନାରିନ୍‌ ୩୨ଟି ମ୍ୟାଚ ଖେଳି ୫୦ ଓ୍ବିକେଟ ନେଇଥିଲେ। ସେହିପରି ଲସିଥ୍‌ ମାଲିଙ୍ଗା ୩୩ଟି ମ୍ୟାଚ୍‌ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଏଥିସହିତ ରବାଡ ମଧ୍ୟ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୫୦ ଓ୍ବିକେଟ ନେବାରେ ୨ୟ ବୋଲର ହୋଇଛନ୍ତି। ଏହାପୂର୍ବରୁ ଅମିତ ମିଶ୍ରା ୫୦ ଓ୍ବିକେଟ ନେବାରେ ସଫଳ ହୋଇଥିଲେ। ଦିଲ୍ଳୀ ପକ୍ଷରୁ ଅମିତ ମିଶ୍ରା ଏପର୍ଯ୍ୟନ୍ତ ୧୦୦ ଓ୍ବିକେଟ ମଧ୍ୟ ନେଇଛନ୍ତି।

ରବାଡା ଏହାବ୍ୟତୀତ ସବୁଠାରୁ କମ୍‌ ବଲ ଫିଙ୍ଗି ୫୦ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି। ରବାଡା ନିଜର ଆଇପିଏଲ କ୍ୟାରିୟରରେ ୬୧୬ଟି ବଲ୍‌ ପକାଇ ୫୦ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ସେହିପରି ଲାସିଥ ମାଲିଙ୍ଗା ୭୪୯ ବଲ୍‌ ଫିଙ୍ଗି ୫୦ ଆଇପିଏଲ ଓ୍ବିକେଟ ନେଇଥିଲେ। ସୂଚନାଥାଉକି, ଚଳିତ ଆଇପିଏଲ ସିଜିନରେ ରବାଡା ସର୍ବାଧିକ ୧୯ଟି ଓ୍ବିକେଟ୍‌ ନେଇ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ରୋହିତ ଶର୍ମା ବାଦ୍, ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ‌

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା

IPL ୨୦୨୦: ଶାରଜାହ ଷ୍ଟାଡିୟମରେ KKR-KXIP ମୁକାବିଲା, ପ୍ଲେ ଅଫ୍‌ ଦୌଡ଼ରେ ଦୁଇ ଦଳ

IPL 2020: BCCI ଜାରି କଲା ପ୍ଲେ ଅଫ୍‌ କାର୍ଯ୍ୟକ୍ରମ, ଦୁବାଇରେ ଖେଳାଯିବ ଫାଇନାଲ ମ୍ୟାଚ୍