ବୟଫ୍ରେଣ୍ଡଙ୍କ ପରେ କ୍ୟାଟ୍ରିନା କୈଫ୍ କରୋନା ଆକ୍ରାନ୍ତ, ଏବେ ହୋମ୍ କ୍ବାରେଣ୍ଟାଇନ୍ରେ

ମୁମ୍ବାଇ ୭।୪: କରୋନା କବଳରେ ଏବେ ବଲିଉଡ୍। ଗତ କିଛି ଦିନ ତଳେ ବଲିଉଡ ଅଭିନେତା ବିକି କୌଶଲ କରୋନା ଆକ୍ରାନ୍ତ ହୋଇଥିଲେ। ଏନେଇ ବିକି କୌଶଲ ଇନଷ୍ଟାଗ୍ରାମ ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ତେବେ ଗତକାଲି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ଆକ୍ରାନ୍ତ ହୋଇଛନ୍ତି। କ୍ୟାଟ୍ରିନା କୈଫ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ପୋଷ୍ଟ କରି ସମସ୍ତ ପ୍ରଶଂସଙ୍କୁ ଏହି ସୂଚନା ଦେଇଛନ୍ତି।

କ୍ୟାଟ୍ରିନା ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, କରୋନା ଚିହ୍ନଟ ପରେ ମୁଁ ତୁରନ୍ତ ନିଜକୁ ଆଇସୋଲେଟ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛି । ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି। ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ। ଆପଣଙ୍କର ସମସ୍ତ ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞ। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ। ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗୋବିନ୍ଦା, ଆଲିଆ ଭଟ୍ଟ, ଭୂମି ପେଡନେକର, ରଣବୀର କପୁର, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା, ସଶାଙ୍କ ଖୈତାନ ଆଦି ସଂକ୍ରମିତ ହୋଇଛନ୍ତି।