ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ମୁମ୍ବାଇ ୨୯।୧୦ : କଣ୍ଠଶିଳ୍ପୀ ନେହା କକ୍କରଙ୍କ ପରେ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କ ପାଳି। ହାତରେ ଲାଗି ସାରିଲାଣି ମେହେନ୍ଦି। କାଜଲଙ୍କ ଘରେ ବାହାଘର ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ରାତି ପାହିଲେ ବାହାଘର। ଅର୍ଥାତ୍ ଅକ୍ଟୋବର ୩୦ ତାରିଖରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବେ।

ବିବାହର ଗୋଟିଏ ଦିନ ପୂର୍ବରୁ କାଜଲଙ୍କ ମେହେନ୍ଦି ଓ ହଲଦି ରସମ ଶେଷ ହୋଇଯାଇଛି। ହାତରେ ମେହେନ୍ଦି ଲାଗି ଥିବାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି।

ଏହି ଫଟୋକୁ କାଜଲ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ କାଜଲ ବେଶ୍‌ ଖୁସି ଥିବାର ନଜର ଆସିଛନ୍ତି।

କାଜଲଙ୍କ ହାତରେ ମେହେନ୍ଦି ଲାଗି ସାରିଛି। କାଲି ସଙ୍ଗୀତ ଉତ୍ସବ ହେବ ଏବଂ କାଜଲ ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ। କାଜଲଙ୍କ ବିବାହ ମୁମ୍ବାଇରେ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହୋଇପାରନ୍ତି।

ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ କାଜଲ ହାଲୁକା ସବୁଜ ରଙ୍ଗର ସୁଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି। କାଜଲ ଫଟୋ ପୋଷ୍ଟ କରି ସେଥିରେ ହ୍ୟାସଟ୍ୟାଗ୍ #kajgautkitched ଦେଇଛନ୍ତି।