PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପାଠ ପଢ଼ାରୁ ଦୂରେଇ ରହିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲେ କାଜଲ, ପ୍ରାୟ ୧୬ ବର୍ଷ ବୟସରେ କରିଥିଲେ ଡେବ୍ୟୁ

ମୁମ୍ବାଇ ୫।୮: ବଲିଉଡ ଅଭିନେତ୍ରୀ କାଜଲ ୫ ଅଗଷ୍ଟରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। କ୍ୟାରିୟରର ପିକ୍‌ ସମୟରେ ବିବାହ କରିବା ପରେ ମଧ୍ୟ କାଜଲଙ୍କ ପାଇଁ ପ୍ରଶଂସକଙ୍କ ହୃଦୟରେ ଭଲପାଇବା କମିନଥିଲା। କାଜୋଲଙ୍କୁ ଆଜି ହିନ୍ଦୀ ସିନେମାର ଜଣେ ଭେଟେରାନ ଅଭିନେତ୍ରୀ ଭାବରେ ଗଣାଯାଏ । ଶାହାରୁଖ ଖାନ ଏବଂ କାଜଲଙ୍କ ଯୋଡି ଆଜି ମଧ୍ୟ ସିନେମା ପ୍ରେମୀଙ୍କ ପାଇଁ ସବୁଠୁ ପସନ୍ଦିତା ଯୋଡ଼ି ମଧ୍ୟରୁ ଗୋଟିଏ। ଦୁହେଁ ଏକାଠି ବଲିଉଡରେ ଅନେକ ଶାନଦାର ଚଳଚ୍ଚିତ୍ର କରିଛନ୍ତି । ଜନ୍ମଦିନର ବିଶେଷ ଉତ୍ସବରେ, ଆଜି ଆମେ ଆପଣଙ୍କୁ କାଜଲ ସହିତ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ ।

କାଜଲ ହେଉଛନ୍ତି ବଲିଉଡର ଭେଟେରାନ ପ୍ରଡ୍ୟୁସର-ନିର୍ଦ୍ଦେଶକ ଶୋମୁ ମୁଖାର୍ଜୀ ଏବଂ ଅଭିନେତ୍ରୀ ତନୁଜାଙ୍କ ଝିଅ। କାଲଙ୍କ ସାନ ଭଉଣୀ ହେଉଛନ୍ତି ଅଭିନେତ୍ରୀ ତନିଶା। ଯଦିଓ ତନିଶା ତାଙ୍କ ଭଉଣୀ ଏବଂ ମା ଅପେକ୍ଷା ଏକ ବଡ଼ ପଦ ହାସଲ କରିପାରିନାହାନ୍ତି। କାଜଲ ପିଲାଦିନରୁ ଜିଦି ସ୍ବଭାବର ଥିଲେ। ଥରେ ସେ ଯାହା କରିବାକୁ ସ୍ଥିର କରୁଥିଲେ ତାହାକୁ ହିଁ ପୂରା କରୁଥିଲେ।  ଏକ ସାକ୍ଷାତକାରରେ କାଜଲ ନିଜେ ଏହି କଥାର ଖୁଲାସା କରିଛନ୍ତି।

କାଜଲ ୧୯୯୨ ମସିହାରେ ଚଳଚ୍ଚିତ୍ର ‘ବେଖୁଦି’ ସହିତ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ କାଜଲ ଏକରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ବଡ ପରଦାରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ କାଜଲ ବାଜିଗର, କରଣ ଅର୍ଜୁନ, ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ, ଗୁପ୍ତ, କୁଚ କୁଚ ହୋତା ହୈ, କଭି ଖୁସୀ କଭି ଗମ୍‌, ଦିଲୱାଲେ ଏବଂ ତାନାଜୀ ଭଳି ଅନେକ ଶାନଦାର ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ କାଜଲ ତାମିଲ ଚଳଚ୍ଚିତ୍ର ‘ମିନସାରା କନ୍ନଭୁ’ରେ ପ୍ରଭୁଦେବା ଏବଂ ଅରବିନ୍ଦ ସ୍ବାମୀଙ୍କ ସହ କାମ କରିଥିଲେ। ସିନେମାରେ ତାଙ୍କର ବିଶେଷ ଅବଦାନ ପାଇଁ କାଜଲଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫିଲ୍ମ ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ କେବଳ ଶାହାରୁଖ-କାଜୋଲଙ୍କ ନୁହେଁ ବରଂ ହିନ୍ଦୀ ସିନେମାର ଶାନଦାର ଫିଲ୍ମ ମଧ୍ୟରୁ ଅନ୍ୟତମ।

ଏହା ବ୍ୟତୀତ କାଜଲ କୁଛ କୁଛ ହୋତା, କଭି ଖୁସୀ କଭି ଗମ୍‌, ଫନା, ମାଇଁ ନେମ୍‌ ଇଜ ଖାନ ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ୧୯୯୭ ମସିହାରେ କାଜଲଙ୍କ ଚଳଚ୍ଚିତ୍ର ‘ଗୁପ୍ତ’ ମୁକ୍ତିଲାଭ କରିଥିଲା ।​| ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ନେଗେଟିଭ୍‌ ଥିଲା । ସେ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ବେଷ୍ଟ ଭିଲେନ୍ ପୁରସ୍କାର ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ, କାଜଲଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଚଳଚ୍ଚିତ୍ର ବ୍ୟତୀତ କାଜଲ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଅଭିନେତା ଅଜୟ ଦେବଗନଙ୍କ ସହ ଏକ ଦୀର୍ଘ ପ୍ରେମ କାହାଣୀ ପରେ, ସେ ତାଙ୍କୁ ୧୯୯୯ ମସିହାରେ ବିବାହ କରିଥିଲେ । ଅଜୟ ଦେବଗନ୍ ଏବଂ କାଜଲଙ୍କ ଯୋଡି ବଲିଉଡର ସର୍ବୋତ୍ତମ ଯୋଡି ବୋଲି କୁହାଯାଉଛି। ଏହି ଗୋଟିଏ ଝିଅ ନୟାସା ଏବଂ ପୁଅ ୟୁଗ୍ ଅଛନ୍ତି। ସିଙ୍ଗାପୁରର ମାଡାମ ତୁସାଦରେ କାଜୋଲଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।