PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେଲା ଭଗବାନ ଶିବଙ୍କ ଏହି ଅଲୌକିକ ମନ୍ଦିର , ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ – ବିଶ୍ୱ ଐତିହ୍ୟ ତାଲିକାରେ ଭଗବାନ ଶିବଙ୍କର ଏହି ଅଲୌକିକ ମନ୍ଦିର । ୟୁନେସ୍କୋ ରବିବାର ଦିନ ତେଲେଙ୍ଗାନା ସ୍ଥିତ କାକାତିୟ ରୁଦ୍ରେଶ୍ୱର  (ରାମପ୍ପା) ମନ୍ଦିରକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତାରେ ଶୁଭେଚ୍ଛା ଜଣାଇ କହିଛନ୍ତି , ସମସ୍ତଙ୍କୁ ଶୁଭେଚ୍ଛା , ବିଶେଷକରି ତେଲେଙ୍ଗାନାର ଜନତାଙ୍କୁ । ପ୍ରତିଷ୍ଠିତ ରାମପ୍ପା ମନ୍ଦିର  ମହାନ କାକତିୟ ବଂଶର ଉତ୍କୃଷ୍ଟ  ଶିଳ୍ପ କୌଶଳ ଓ କଳା ନିପୂଣତାକୁ ଦର୍ଶାଇ ଥାଏ । ମୁଁ  ଆପଣ ସମସ୍ତଙ୍କୁ ଏହି ମନ୍ଦିର ପରିସରକୁ ଯାତ୍ରା କରିବା ଓ ଏହାର ଭବ୍ୟତାର ପ୍ରତ୍ୟେକ୍ଷ ଅନୁଭବ କରିବାକୁ ଅନୁରୋଧ କରୁଛି ।

ସୂଚନା ଯେ ,ୱାରଙ୍ଗଲ ସ୍ଥିତ  ଏହି ଶିବ ମନ୍ଦିର ଏକ ଏମିତି ମନ୍ଦିର , ଯାହାର ନାଁ ଏହାର ଶିଳ୍ପକାର ରାମପ୍ପାଙ୍କ ନାଁରେ ରଖାଯାଇଛି । ଇତିହାସ ଅନୁସାରେ , କାକତୀୟ ବଂଶର ରାଜା ଏହି ମନ୍ଦିରର ନିର୍ମାଣ ୧୨ମ ଶତାବ୍ଦୀରେ କରାଇଥିଲେ । ସବୁଠୁ ବଡ଼ କଥା ହେଲା ଏହି ସମୟରେ ତିଆରି ଅଧିକାଂଶ ମନ୍ଦିର ନଷ୍ଟ ହୋଇଯାଇଛି । ହେଲେ ଅନେକ ସମସ୍ୟା ଓ ବିପତ୍ତି ସତ୍ତ୍ୱେ ଏହି ମନ୍ଦିରର ସେମିତି କ୍ଷତି ହୋଇନାହିଁ ।  ଉକ୍ତ ମନ୍ଦିରଟି ହଜାର ଖମ୍ୱରେ ନିର୍ମିତ ହୋଇଛି ।

ସେପଟେ ଉପରାଷ୍ଟ୍ରପତି ଭେକେୟା ନାଇଡୁ ଟ୍ୱିଟ୍‌ କରି ଲେଖିଛନ୍ତି , ଏହା ଗୌରବର ବିଷୟ ଯେ, ତେଲେଙ୍ଗାନାର ପାଲମପେଟ ସ୍ଥିତ ୧୩ମ ଶତାବ୍ଦୀର କାକାତିୟା ରୁଦ୍ରେଶ୍ୱର (ରାମପ୍ପା) ମନ୍ଦିରକୁ ୟୁନେସ୍କୋ  ଦ୍ୱାରା ବିଶ୍ୱ ଐତିହ୍ୟ ଭାବେ ସ୍ୱୀକାର କରାଯାଇଛି । ଏହା ତେଲେଙ୍ଗାନାର ପ୍ରାଚୀନ ସଂସ୍କୃତିର ପ୍ରମାଣ ।

ସମ୍ବନ୍ଧିତ ଖବର