PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବିଜେପିରେ ଯୋଗଦେଲେ ରବିନ୍ଦ୍ର ମଲ୍ଲିକ, କାକଟପୁରରୁ ଲଢିପାରନ୍ତି ବିଧାନସଭା ନିର୍ବାଚନ

ଭୁବନେଶ୍ବର,୫।୪: କାକଟପୁର ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେଡି ଟିକେଟ ଦେଇନଥିବାରୁ  ସେ ଆଜି ସକାଳେ ଦଳ ଛାଡିଦେଇଥିଲେ। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରବିନ୍ଦ୍ର ନିଜ  ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ତାଙ୍କୁ କାକଟପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ |

ବିଜେଡିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରୁ କରୁ ଜୋରରେ କାନ୍ଦି ପକାଇଥିଲେ ସେ । ଗଣମାଧ୍ୟମ  ସାମନାରେ କ୍ଷୋଭଭରା  କଣ୍ଠରେ ଦଳର ଅଣଦେଖାକୁ ବର୍ଣ୍ଣନା କରିଥିଲେ ସେ। ବିଜେଡିରୁ ଇସ୍ତଫା ଦେଲା ପରେ କିଭଳି ଦଳ ତାଙ୍କୁ ଅଣଦେଖା କଲା ଏବଂ ଅନ୍ୟ ଦଳରୁ ପ୍ରାର୍ଥୀ ଙ୍କୁ ଆଣି ଟିକେଟ ଦେବାକୁ ଯେ।ଜନା କଲା ତାହା ମଧ୍ୟ କହିଥିଲେ।

କାକଟପୁର ନିର୍ବାଚନୀମଣ୍ଡଳୀରୁ ବିଜେଡି ଟିକେଟରୁ ଆଶାୟୀ ରବିନ୍ଦ୍ର ମଲ୍ଲିକ ୨୦୦୯ ରେ ବିଧାୟକ ହୋଇଥିଲେ, ମଧ୍ୟ ତାଙ୍କୁ ୨୦୧୪ ରେ ଟିକେଟ ମିଳି ନଥିଲା। ତା ପରେ ମଧ୍ୟ ସେ ଗତ ୫ ବର୍ଷ ଧରି ଦଳର ସଂଗଠନ କାର୍ଯ୍ୟ କରୁଥିଲେ। ଆଜି ସେ ବିଜେଡି ରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ବିଜେପି ତାଙ୍କୁ ତୁଷାରକାନ୍ତ ବେହେରାଙ୍କ ସ୍ଥାନରେ ନିର୍ବାଚନ ମଇଦାନକୁ ଓଲ୍ଲାଇବ। ପୂର୍ବରୁ ତୁଷାରକାନ୍ତ ବିଜେପି ଟିକେଟ ନେଇସାରିଲା ପରେ ବିଜେଡିରେ ମିଶିଥିଲେ ।

ସମ୍ବନ୍ଧିତ ଖବର