ଶୁକ୍ରବାର ଯାଏଁ କାଳବୈଶାଖୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୮ ତାରିଖ (ଶୁକ୍ରବାର) ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା, ପବନ ଆଶଙ୍କା ଅଧିକ ରହିଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଉପକୂଳ ଓଡ଼ିଶାରେ ପାଗ ମେଘୁଆ ଥିଲା । ଭୁବନେଶ୍ୱର, କଟକ, ଚାନ୍ଦବାଲି ସମେତ କେତେକ ଜାଗାରେ ଦିନବେଳା ହାଲ୍କା ବର୍ଷା ହୋଇଥିଲା । ଆଜି ରାତି ଭିତରେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ବୁଧବାର ଉପକୂଳ
ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଘଡ଼ଘଡ଼ି ସହ ପବନ ହୋଇପାରେ । ଗୁରୁବାର ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ହାଲ୍କା ବର୍ଷା ଆଶଙ୍କା ଅଛି । ଶୁକ୍ରବାର ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲ୍କା ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ଶନିବାରଠାରୁ ପାଗ ଶୁଖିଲା ରହିବ ।