ରିଲିଜ ହେଲା ଫିଲ୍ମ ‘କଲଙ୍କ’ର ଦମଦାର୍ ଟିଜର, ଜାଣନ୍ତୁ ଫିଲ୍ମର କାହାଣୀ…

ମୁମ୍ବାଇ ୧୨/୩: ଯେତେବେଳେ କରଣ ଜୋହର ଫିଲ୍ମ ‘କଲଙ୍କ’ର ଘୋଷଣା କରିଥିଲେ ସେବେଠାରୁ ଆଜି ପର୍ଯ୍ଯନ୍ତ ସମସ୍ତେ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ତେବେ ଆଜି ସେମାନଙ୍କୁ ସାମାନ୍ୟ ଖୁସି ମିଳିବ । କାରଣ ଆଜି ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ରିଲିଜ ହୋଇଥିଲା । ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷିତ, ସଞ୍ଜୟ ଦତ୍ତ, ଆଦିତ୍ଯ ରୟ କପୁର ଓ ସୋନାକ୍ଷୀ ସିହ୍ନା ଭଳି କଳାକାରମାନେ ଅଛନ୍ତି । ମାତ୍ର କିଛି ସମୟ ପୂର୍ବରୁ ଫିଲ୍ମର ଦମଦାର ଟିଜର ରିଲିଜ ହୋଇଛି । ଟିଜରର ଆରମ୍ଭରେ ବରୁଣ ଧୱନଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହାପରେ ଜଣଙ୍କ ପରେ ଜଣେ କଳାକାର ଦେଖାଯାଉଛନ୍ତି ।
ଫିଲ୍ମର ଟିଜର ଦେଖି ଏହା ଜଣା ପଡୁଛି ଯେ ସମସ୍ତ ଚରିତ୍ର ପରସ୍ପର ସହିତ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ରୁପ୍ ଓ ଜଫର ଅର୍ଥାତ୍ ଆଲିଆ ଓ ବରୁଣ ପରସ୍ପରକୁ ଭଲପାଉଛନ୍ତି କିନ୍ତୁ କିଛି କୃତଜ୍ଞତାର କରଜ ଯୋଗୁଁ ଉଭୟ ଏକାଠି ହୋଇପାରୁନାହାନ୍ତି । ଟିଜରର ଆରମ୍ଭରେ ବରୁଣଙ୍କ ସ୍ୱରରେ ଶୁଣିବାକୁ ମିଳୁଛି ଯେ ‘କିଛି ସମ୍ପର୍କ କରଜ ଭଳି ହୋଇଥାଏ, ଯାହାକୁ ତୁଲାଇବା ଅପେକ୍ଷା ଶୁଝିବା ଆବଶ୍ଯକ ପଡିଥାଏ ।’ କିନ୍ତୁ ଶେଷ ସିନ୍ ଦେଖିବା ପରେ ଜଣାପଡୁଛି ଯେ ଶେଷରେ ଉଭୟ ଏକାଠି ହେଉଛନ୍ତି । ଟିଜର ଦେଖିବା ପରେ ସମସ୍ତେ ପୁଣି ଏହାର ଟ୍ରେଲର ପାଇଁ ଅପେକ୍ଷା କରିବା ଆରମ୍ଭ କରିଦେଲେଣି । ତେବେ କହିରଖୁଛୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ । ଫିଲ୍ମଟି ୧୭ ଏପ୍ରିଲ୍ ୨୦୧୯ରେ ରିଲିଜ ହେବ ।