PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

‘କାଳିଆ’ ଭାରତ ପାଇଁ ଆଦର୍ଶ

ବରଗଡ଼/ସୋହେଲା,୨୧ା୨(ଆପ୍ର): କାଳିଆ ଖାଲି ଏକ ଯୋଜନା ନୁହେଁ, ଏହା ହେଉଛି ଚାଷୀ, ଛୋଟଚାଷୀ, ଭାଗଚାଷୀ, ଭୂମିହୀନଙ୍କ ପାଇଁ ଏକ ଚଳଣିର ଉପାୟ । ଯାହାର ମର୍ମ ସମସ୍ତଙ୍କ ହୃଦୟ ଓ ମସ୍ତିଷ୍କକୁ ଛୁଇଁଥିବାରୁ ଓଡ଼ିଶା ସରକାରଙ୍କ କାଳିଆ ଯୋଜନା ଏବେ ଭାରତବର୍ଷ ପାଇଁ ଆଦର୍ଶ ହୋଇଛି । ରିଜର୍ଭ ବ୍ୟାଙ୍କ ସମେତ ଅନ୍ତର୍ଜାତୀୟ ସଂସ୍ଥାମାନେ ଏହାର ତାରିଫ କରି ଓଡ଼ିଶା ଚାଷୀଙ୍କ ମାନବୃଦ୍ଧି କରିଛନ୍ତି । ତେବେ କେନ୍ଦ୍ର ସରକାର ମଧ୍ୟ ଏଭଳି କିଶାନ ନିଧି ଯୋଜନା ଆପଣେଇଛି, ହେଲେ ଏଥିରେ ଛୋଟ ଚାଷୀ, ଭୂମିହୀନ ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି ଏବଂ ଏଥିରେ ସଂଶୋଧନ କରିବା ସହ ଚାଷୀଙ୍କୁ ସେମାନଙ୍କ ହକ୍‌ ବାର୍ଷିକ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବା ପାଇଁ ଦାବି କରିଛି । ଏପରିକି ଜଣେ ବି ଚାଷୀ ଯେମିତି ବାଦ୍‌ ପଡ଼ି ନଯାନ୍ତି, ସେଥିପ୍ରତି ମୁଁ ନଜର ରଖିଛି ବୋଲି ଇଛାପାଲି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭୟବାଣୀ ଚାଷୀଙ୍କୁ ଉତଫୁଲ୍ଲିତ କରିଛି । ସେହିକ୍ରମରେ ଚାଷୀ ସନ୍ତାନମାନଙ୍କ ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ପ୍ରଚଳନ କରାଯାଇଛି । ପିଲାଙ୍କୁ ପାଠ ପଢ଼ିବା ସୁଯୋଗ ଦିଅନ୍ତୁ, ନିର୍ଭୟରେ ସେମାନଙ୍କୁ ଡାକ୍ତର ଇଞ୍ଜିନିୟର ଭାବେ ଗଢି ତୋଳନ୍ତୁ, ରାଜ୍ୟ ସରକାର ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲ ଦୃଢ଼ୋକ୍ତି ବ୍ୟକ୍ତ କରିଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ସୂଚନା ଦେଇଛନ୍ତି । ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କାର ଋଣ ଦେଉଥିବା ଓଡ଼ିଶା ସରକାର ମହିଳାମାନଙ୍କ ଉନ୍ନତିକୁ ରାଜ୍ୟର ଉନ୍ନତି ଭାବେ ଗ୍ରହଣ କରି ସେମାନଙ୍କ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶା ସରକାର ମହିଳାଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେଉଛି ବୋଲି କହିଥିଲେ । କିଛି ଲୋକ ଆଜି ବନ୍ଦ ଡ଼ାକରା ଦେଇ ଏହି ଯୋଜନା ବାଟରେ ଅନ୍ତରାୟ ହେବାକୁ ଉଦ୍ୟମ କରିଛନ୍ତି, କିନ୍ତୁ କାଳିଆ ଯୋଜନାର ପ୍ରବାହ ଓ ଜନାଦୃତତାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ ସମାବେଶରେ ଯୋଗ ଦେଇଥିବା ସମସ୍ତ ଚାଷୀ ଭାଇଭଉଣୀଙ୍କ ସମେତ ମା’ ମାଉସୀ, ଯୁବକ ଯୁବତୀ, ଛାତ୍ରଛାତ୍ରୀ ସହ ସମଗ୍ର ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ୱରରୁ ବିମାନ ଯୋଗେ ଆସି ପଦ୍ମପୁର ସତୀଭଟାସ୍ଥିତ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେଠାରୁ ହେଲିକପ୍ଟର ଯୋଗେ ଆସି ଇଚ୍ଛାପାଲି ସଭାସ୍ଥଳରେ ୧୧ ଟା ୪୫ରେ ମୁଖ୍ୟମନ୍ତ୍ରୀ ପହଞ୍ଚଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଟନ ଟିପି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ । ଉଲ୍ଲେଖନୀୟ, ଆଜି ଦ୍ୱିତୀୟ କିସ୍ତିରେ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ୭ ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବରଗଡ଼ରେ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ସେ ସବୁଜ ସଙ୍କେତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫୧୫ .୬୯ କୋଟି ବ୍ୟୟ ଅଟକଳରେ ନିର୍ମିତ ୧୬ଟି ପ୍ରକଳ୍ପ ଶୁଭ ଉଦଘାଟନ କରିଥିବା ସମୟରେ ୧୪୯୫.୧୭ କୋଟି ବ୍ୟୟ ଅଟକଳରେ ପ୍ରସ୍ତାବିତ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ବରଗଡ଼ ଚିନିକଳକୁ କ୍ଷତିରୁ ଉଦ୍ଧାର କରିବା ସହିତ ବକେୟା ପାଇଁ ଆନ୍ଦୋଳନରତ କର୍ମଚାରୀ ତଥା ଆଖୁଚାଷର ଉନ୍ନତୀକରଣ ପାଇଁ ଏକକାଳୀନ ୧୧ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ସହିତ ମୋଟ ୨୦୧୦.୮୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତନ୍ମଧ୍ୟରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା ହଲଧର ନାଗ ସମ୍ବଲପୁରୀ/କୋସଲି ଭାଷା ଗବେଷଣା କେନ୍ଦ୍ରର ଶିଳାନ୍ୟାଶ, ୪୫୫ କୋଟିର ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ, ୧୩୪୦.୫୫ କୋଟି ଟଙ୍କା ଅଟକଳରେ ଗଙ୍ଗାଧର ମେହେର ମେଗା ଉଠାଜଳସେଚନ ପ୍ରକଳ୍ପର ଶିଲାନ୍ୟାସ କରିଥିଲେ । ଏଥିରେ ବରପାଲି, ବରଗଡ, ଅମ୍ବାଭୋନା, ପଦମପୁର, ବିଜେପୁର, ଅତାବିରା ଆଦି ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଲାନ୍ୟାସ ତଥା ଲୋକାର୍ପଣ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଅବସରରେ ସୋହେଲାର ଯୁଗଲ କିଶୋର ପଧାନ ଓ ବଲାଙ୍ଗିରର ମହିଳା ଚାଷୀ ଲକ୍ଷ୍ମୀପ୍ରିୟା ସା’ ଉଦବୋଧନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଞ୍ଚାସୀନ ଅଞ୍ଚଳର ଅଗ୍ରଣୀ ବ୍ୟକ୍ତିବିଶେଷମାନଙ୍କୁ ଉପଢୌକନ ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ମଞ୍ଚାସୀନ ପଶ୍ଚିମାଞ୍ଚଳର ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ସମେତ ନୀତୀଶ ଚନ୍ଦ୍ର ଆଚାର୍ଯ୍ୟ, ସୁନ୍ଦରଗଡ଼ର ଦୁର୍ଗାମାଧବ ପଣ୍ଡା, ବଲାଙ୍ଗୀରର ଅଚ୍ୟୁତ ପୁରୋହିତ, ସମ୍ବଲପୁରର ଗୁଣରଞ୍ଜନ ସାଲିମା ଓ ବରଗଡ଼ର ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ସଂଯୋଜନା କରିଥିବା ସମୟରେ ଅଞ୍ଚଳର ଚାଷୀ ଓ ଅଧିବାସୀ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟରେ ଅଭିନନ୍ଦନ ଓ ସ୍ୱାଗତ କରିଥିଲେ । ସେହିଭଳି ଇଚ୍ଛାପାଲି ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ, ବରଗଡ଼ ସାଂସଦ ଡ. ପ୍ରଭାସ ସିଂ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ ପୁଷ୍ପଗୁଚ୍ଛରେ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ଆଣିଥିବା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଏସପି ମୁକେଶ କୁମାର ଭାମୁଙ୍କ ସମେତ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେହିଭଳି ସଭାସ୍ଥଳ ନିକଟରେ ଉପସ୍ଥିତ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ଯୋଗେନ୍ଦ୍ର ବେହେରା, ବିଧାୟିକା ଟୁକୁନୀ ସାହୁ, ବିଜେଡି ଜିଲ୍ଲା ସଭାପତି ବିଜୟ ରଂଜନ ସିଂ ବରିହା ପ୍ରମୁଖଙ୍କ ସମେତ ପଶ୍ଚିମ ଓଡିଶାର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ଆଜି ରାଜ୍ୟର ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରା ଯାଇଥିବା ସତ୍ତେ୍ୱ ଏହି ଚାଷୀ ମହା-ସମାବେଶରେ ପ୍ରାୟ ଲକ୍ଷାଧିକ ଚାଷୀଙ୍କ ସମାଗମ କାଳିଆ ଯୋଜନାର ସଫଳତାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ନେତାମାନେ ଦାବି କରିଛନ୍ତି ।