PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଜୟପୁର, ମାଲକାନଗିରିରେ ନବୀନଙ୍କ ଘୋଷଣା; ‘ଶପଥ ଦିନ କାଳିଆ ଟଙ୍କା’

କୋରାପୁଟ/ମାଲକାନଗିରି, ୫ ।୪ (ଆପ୍ର): ଗଞ୍ଜାମରେ କେନ୍ଦ୍ରର ବିଜେପି ସରକାରକୁ ଜୋରଦାର ଆକ୍ରମଣ କଲେ । ବିପତ୍ତି ବେଳେ କେଉଁଠି ଥିଲ ବୋଲି ପ୍ରଶ୍ନ ପଚାରି କାଠଗଡ଼ାରେ ଛିଡ଼ା କଲେ । ଶୁକ୍ରବାର ମାଓଗଡ଼ରେ ଭୋଟ ଜାଲ ଫିଙ୍ଗିଲେ, ଆଦିବାସୀ କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଭୋଟଭିକ୍ଷା କରିଛନ୍ତି ନବୀନ । ଆଦିବାସୀ ଇଲାକା କାଲିମେଳାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଉପରେ ଯେତିକି ଜୋର ବର୍ଷିଛନ୍ତି, ଲୋକଙ୍କ ଆଗରେ ପ୍ରତିଶ୍ରୁତି ମଧ୍ୟ ରଖିଛନ୍ତି ।

ନବୀନ ପ୍ରତିଶ୍ରୁତି ଦେଇଛନ୍ତି, ବିଜେଡି ସରକାର ଆସିଲେ, ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାର ଦୁଇ କିସ୍ତି ଟଙ୍କା ମିଳିବ । ଏକାଥରକେ ଚାଷୀ ୧୦ ହଜାର ଟଙ୍କା ଲେଖାଏଁ ପାଇବେ । ମାଓଗଡ଼ରେ ବିଜେଡି ମୁଖିଆ ଆଦିବାସୀଙ୍କ ସମସ୍ୟାକୁ ଆଦିବାସୀଙ୍କ ଆଗରେ ରଖି କେନ୍ଦ୍ରକୁ ନାଗଫାଶରେ ବାନ୍ଧିଛନ୍ତି । ସିଧାସଳଖ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି, ପୋଲାଭରମ୍‌ ପ୍ରକଳ୍ପ କାହା ସ୍ୱାର୍ଥରେ କଲ? କେବିକେ ଯୋଜନା କାହିଁକି ବନ୍ଦ କଲ? ଗରିବ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲ? ଆଦିବାସୀ ଓ ପଛୁଆ ଅଞ୍ଚଳ ପ୍ରତି ତୁମ ଦରଦ କ’ଣ ଏମିତି?

ନବୀନ ନିଜ ଭାଷଣରେ କହିଲେ, ଆମ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଶୀର୍ଷରେ ରଖଛିୁ । ‘କାଳଅିା’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ତିଆରି ହୋଇଛି । ସବୁ ତାଲିକାଭୁକ୍ତ ଚାଷୀ ଯୋଜନାର ଲାଭ ପାଇବେ । କେହି ଜଣେ ବି ଚାଷୀ ବଞ୍ଚିତ ହେବେନି । ଏବେ ନୁହେଁ, କି କେବେ ନୁହେଁ । ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ହେଲିକପଟର୍‌ରେ ଆସି କାଲିମେଳା ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ଏବଂ ନବରଙ୍ଗପୁର ଲୋକସଭା ଆସନରେ ଠଅିା ହୋଇଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ।

ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟମନ୍ତ୍ରୀ କହଥିେିଲ ଯେ, କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା ପ୍ରତି ଅବହେଳା କରିଆସୁଛନ୍ତି । କେବିକେ ଯୋଜନାର ଅଥ ର୍ବନ୍ଦ କରେିଦଇଛନ୍ତି । ଆଦିବାସୀ ଓ ଦଳିତମାନଙ୍କ ପ୍ରତି ଅବିଚାର କରିଛନ୍ତି । କେନ୍ଦ୍ର ସରକାର କେବଳ ଲୋକ ଦେଖାଣଅିା ଭାବେ ଓଡିଶାବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । ସମଗ୍ର ଓଡିଶାବାସୀ ହେଉଛନ୍ତି ତାଙ୍କର ଗୋଟିଏ ପରିବାର ।

ଏହି ଅବସରରେ ସେ ମାଲକାନଗିରି ଓ ଚତି୍େରକାଣ୍ଡା ବିଧାନସଭା ଆସନ ସମେତ ନବରଙ୍ଗପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କରିବା ଲାଗି ନିବେଦନ କରିଥିିଲେ । ସଭାରେ ପବୂର୍ତନ ମନ୍ତ୍ରୀ ତଥା ବିହନ ନିଗମ ଅଧ୍ୟକ୍ଷ ଅରବିନ୍ଦ ଢାଲି, ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ପ୍ରାର୍ଥୀ ମୁକୁନ୍ଦ ସୋଡ, ରାଜେନ୍ଦ୍ର ଆଚାର୍ଯ୍ୟ, ପ୍ରକାଶ ମହାନ୍ତି, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ପମ୍ରୁଖ ମଞ୍ଚାସୀନ ଥେିଲ । ବଶିଷ୍ଟି କଣ୍ଠଶଳ୍ପିୀ ହ୍ୟୁମାନ ସାଗର ଓ ତାଙ୍କ ଗ୍ରୁପ ସଭାରେ ପରେିବଷଣ କରଥିେିଲ ମନଛୁଆଁ ସଂଗୀତ ।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ମାଥିଲିଠାରେ ଆୟୋଜତି ନର୍ବିାଚନୀ ସଭାରେ ଯୋଗଦେଇ ଚତି୍େରକାଣ୍ଡା ନର୍ବିାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ସଭାରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା, ବିଜେଡି ନେତା ଉଦୟ ମାଦି ପ୍ରମୁଖଙ୍କ ସହ ହଜାର ହଜାର ଲୋକ ଉପସତି୍ଥ ଥେିଲ । ମୁଖ୍ୟମନ୍ତ୍ରୀ ପଟ୍ଟାଙ୍ଗି, ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର ବଧିାନସଭାମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମଧ୍ୟ ପ୍ରଚାର କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରି କହିଲେ, ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାମାନଙ୍କ ଦେଖାମିଳିଲାନି । କେବିକେ ଯୋଜନା ସହ ଅନୁସୂଚିତ ଜାତି ଓ ଜନଜାତି ଛାତଛ୍ରାତ୍ରୀଙ୍କ ବୃତ୍ତି ବନ୍ଦ କରିଦିଆଗଲା ।

ଏବେ ନିର୍ବାଚନ ଥିବାରୁ ଭୋଟ୍ ପାଇଁ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛି । ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବିଧିାନସଭାମଣ୍ଡଳୀର ବାଙ୍ଗୁରଗୁଡା଼ରେ ନିର୍ଦ୍ଧିାରିତ ସମୟରୁ ବିଳମ୍ବରେ ପହଞ୍ଚିଥିିଲେ । ତାଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସିନେ ତାରକାମାନେ ସଭାରେ ମନୋରଞ୍ଜନ କାର୍ଯ୍ୟକମ କରି ଜନତାଙ୍କୁ ବାନ୍ଧି ରଖିଥିେଲେ । ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଚନ୍ଦସ୍ରାରଥି ବେହେରା, ସାଂସଦ ଝିନ୍ନ ହିକ୍କା, ବିଧିାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହକିକା, ପଟ୍ଟାଙ୍ଗି ବିଧିାୟକ ପ୍ରାର୍ଥୀ ପତ୍ରିମ ପାଢି, ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା ଓ ନିର୍ମଳ ମହାନ୍ତି ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ସାମିଲ ହୋଇଥିଲେ । ଡୁମ଼ୁରୀପୁଟ ସଭାରେ ପୂର୍ବତନ ବିଧିାୟକ ଗୁପ୍ତପସ୍ରାଦ ଦାସ, ସାଂସଦ ପ୍ରାର୍ଥୀ କୌଶଲ୍ୟା ହକିକା, କୋରାପୁଟ ବେିଜଡି ବଧିାୟକ ପ୍ରାର୍ଥୀ ରଘୁରାମ ପୋଡା଼ଲ, ଜଲିା୍ଲ ଉପସଭାପତି ଉତ୍କଳ ରଞ୍ଜନ ନାୟକ, ଜଲିା୍ଲ ପରିଷଦ ଉପସଭାପତି ତୁଳସୀ କର୍ଷିାନୀ, ହରି ଖେମୁଣ୍ଡି, ଅଶ୍ୱିନୀ ସାହୁ, ରୀତା ପାଣିଗ୍ରାହୀ, ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାୀହୀ ପଟ୍ଟାଙ୍ଗି ଓ କୋରାପୁଟ ବିଧାନସଭାମଣ୍ଡଳୀର ଦୁଇଟିଯାକ ନିର୍ବାଚନୀ ସଭାକୁ ପରିଚାଳନା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରି ଜିଲ୍ଲାର ଦୁଇଟି ସା୍ଥନରେ ନର୍ବିାଚନୀ ପଚ୍ରାର କରବିା ପରେ କେରାପୁଟ ଜଲିା୍ଲ ପଟ୍ଟାଙ୍ଗି ବିଧାନସଭାର ବାଙ୍ଗୁରଗୁଡ଼ାରେ ପହଞ୍ଚିଥିଲେ । ପରେ ଲକ୍ଷୀ୍ମପୁର ନର୍ବିାଚନମଣ୍ଡଳୀ ଦଶମନ୍ତପୁର ବକ୍ଲର ବଦଳିକୁଡ଼ୁମା, କୋରାପୁଟ ବିଧାନସଭାମଣ୍ଡଳୀର ଡୁମୁରୀପୁଟରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।