PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି , ୫୭ଟି ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ , ନନ୍ଦୀଗ୍ରାମରେ ମମତାଙ୍କ ବିରୋଧରେ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ
  • ||
  • ସୋନପୁର: ସୁବୁଳିଆ ଗାଁରେ ଗୋଷ୍ଠୀ ସଂଘର୍ଷ, ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର
  • ||
  • ପୁଣି ରାଜଧାନୀରେ ୪୦ ଡ଼ିଗ୍ରୀ ଟପିଲା ତାତି
  • ||
  • ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୬ଟି ପ୍ରସ୍ତାବରେ ବାଜିଲା ମୋହର
  • ||
  • ବାସୁଦେବପୁର : ତାରିଣୀ ଛକ ସ୍ଥିତ ଟ୍ରାକ୍ଟର ଗ୍ୟାରେଜ୍‌ରେ ଅଘଟଣ , କାମ କରୁଥିବା ବେଳେ ଟ୍ରାକ୍ଟର ଟାୟାର ଫାସି ଗ୍ୟାରେଜ୍‌ ମେକାନିକଙ୍କ ମୃତ୍ୟୁ
  • ||
  • ଓଡ଼ିଶାର ୧୦ ଜିଲ୍ଲାରେ କରୋନା ଚିନ୍ତା , ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଏନେଇ ଟେଷ୍ଟିଂ ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ
  • ||
  • ବଲାଙ୍ଗିର: ବାହାର ରାଜ୍ୟରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ପାଟଣାଗଡ଼ ଅଞ୍ଚଳର ୨୫ ଶ୍ରମିକ
  • ||
  • ଅହମ୍ମଦାବାଦ ଟେଷ୍ଟ : ଭାରତ ୩-୧ରେ ସିରିଜ୍ ବିଜୟୀ
  • ||
  • ଟିଟିଲାଗଡ଼: ଟିଟିଲାଗଡରେ ଉତ୍କଟ ଜଳ ସମସ୍ୟା, ସିରଭଟା ପଡାରେ ପାଣି ପାଇଁ ରାସ୍ତାରୋକ
  • ||
  • ଆସ୍ଥା ଭୋଟ୍ ଜିତିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ, ଜଗମୋହନରେ ବାନ୍ତି କଲେ ଭକ୍ତ
  • ||
  • ସମ୍ବଲପୁର: ହୀରାକୁଦ ଅଶୋକ ନିବାସରେ ହାଇକୋର୍ଟ ବିଚାରପତି ସି.ଆର୍ ଦାସଙ୍କ ସମୀଖ୍ୟା ବୈଠକ, ସାମିଲ ହୋଇଛନ୍ତି ବିଭିନ୍ନ ଜିଲ୍ଲାର ବିଚାରପତି
  • ||
  • ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମୃତ
  • ||
  • କେନ୍ଦୁଝର: ଇସ୍ପାତ କାରଖାନା ଦାବିରେ କେନ୍ଦୁଝରରେ ବିଜେପି ଯୁବ ମୋର୍ଚ୍ଚାର ପକ୍ଷରୁ ବିକ୍ଷୋଭ
  • ||
  • ଭୁବନେଶ୍ବର: ରାଜଧାନୀରେ ବିଚ୍ ରାସ୍ତାରେ ମର୍ଡର, ସିଆର୍‌ପିଏପ୍ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଲକ୍ଷ୍ମୀପୁର: ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଲକ୍ଷ୍ମୀପୁର ପୋଲିସ, ଯୁବକ ଅଟକ
  • ||
  • ଭବାନୀପାଟଣା: ଜିଲ୍ଲା ସେସନ ଜଜ କୋର୍ଟ ଉଦ୍‌ଘାଟନ୍ କଲେ ମୁଖ୍ୟ ବିଚାରପତି ହାଇକୋର୍ଟ ଡ଼. ଏସ ମୁରଲୀଧର
  • ||
  • ବଲାଙ୍ଗୀର: ଶନି ମନ୍ଦିରରେ ଦୀପ ଜଳିବା ସମୟରେ ଶ୍ରଦ୍ଧାଳୁଙ୍କୁ ଲାଗିଗଲା ନିଆଁ, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ବର: ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ
  • ||
  • ବୌଦ୍ଧ: ପୁରୁଣାକଟକ ଥାନା ଅନ୍ତର୍ଗତ କୋରଡ଼ାକୋଠା ଠାରେ କାର- ଟ୍ରଲର ମଧ୍ୟରେ ଧକ୍କା, ଜଣେ ମୃତ, ୪ ଗୁରୁତର
  • ||

କାଳିଆ ଛାତ୍ରବୃତ୍ତି ୱେବସାଇଟ୍‌ ଉନ୍ମୋଚିତ; ପିଲାଙ୍କ ଉନ୍ନତି, ଚାଷୀ ଭାଇଙ୍କ ଉନ୍ନତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ‘କାଳିଆ ଛାତ୍ର ବୃତ୍ତି’ ଯୋଜନାର ୱେବସାଇଟ୍‌ ଓ ଲୋଗୋ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆ ଛାତ୍ର ବୃତ୍ତି ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଓ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ । ପିଲାମାନଙ୍କ ଉନ୍ନତି ହେଲେ ଚାଷୀ ଭାଇମାନଙ୍କର ଉନ୍ନତି ତଥା ଓଡ଼ିଶାର ଉନ୍ନତି ହୋଇପାରିବ । ‘କାଳିଆ’ ଯୋଜନାର ହିତାଧିକାରୀଙ୍କ ପିଲାମାନେ ଏହାର ସୁବିଧା ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।
‘କାଳିଆ’ ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପାଇଛନ୍ତି । ଚାଷୀ ପରିବାରର ଦୀର୍ଘ ସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ ‘କାଳିଆ ଛାତ୍ର ବୃତ୍ତି’ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ଚାଷୀ ପରିବାରର ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । http://kalia.co.in/scholarship ୱେବସାଇଟ ଜରିଆରେ ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ଯୋଜନାରେ ସାମିଲ ହୋଇପାରିବେ । କାଳିଆ ଛାତ୍ର ବୃତ୍ତିରେ ବୈଷୟିକ ତାଲିମ ଓ ଡିପ୍ଲୋମା ପାଇଁ ସୁବିଧା ମିଳିବ । ଏଥିପାଇଁ ୧୧ରୁ ଅଧିକ ବୈଷୟିକ ତାଲିମ ଓ ୧୦୦ରୁ ଅଧିକ ଡିପ୍ଲୋମା ପାଠ୍ୟକ୍ରମ ରଖାଯାଇଛି । ୧୪୬ଟି ସରକାରୀ ଶିକ୍ଷାନୁଷ୍ଠାନରେ ଏହି ସୁବିଧା ଉପଲବ୍ଧ ହେବ । ସମସ୍ତ ସରକାରୀ ଆଇଟିଆଇ, ପଲିଟେକନିକ, ଆଗ୍ରୋପଲିଟେକନିକ୍‌, ବି.ଫାର୍ମା, ଡିଏମଏଲଟି, ବିଏମ୍‌ଆର୍‌ଟି, ପିବିବିଏସସି, ଜିଏନଏମ୍‌, ଏନଏନ୍‌ଏମ୍‌, ସାଇକ୍ୟାଟ୍ରିକ୍‌ ନର୍ସିଂ, ଆପ୍‌ଥାଲମିକ୍‌ ଆସିଷ୍ଟାଣ୍ଟ/ସର୍ଜିକାଲ୍‌ ଆସିଷ୍ଟାଣ୍ଟ ଭଳି ତାଲିମ ତଥା ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଏହି ଛାତ୍ରବୃତ୍ତି ଲାଗୁ ହେବ ।
ଏହି ଛାତ୍ରବୃତ୍ତିରେ ୩୦ରୁ ଅଧିକ ସରକାରୀ ଶିକ୍ଷାନୁଷ୍ଠାନରେ ୧୩ରୁ ଅଧିକ ବୃତ୍ତିଗତ ଶିକ୍ଷା ପାଇପାରିବେ । ଯୋଗ୍ୟ ବିବେଚିତ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏମସ୍‌, ବିଏଚ୍‌ଏମ୍‌ଏସ୍‌, ବି.ଫାର୍ମା, ବିଏସ୍‌ସି ନର୍ସିଂ, ବିଭିଏସ୍‌ଓଏଏଚ୍‌, ବିଟେକ୍‌/ବିଇ, ବିଏସ୍‌ସି ଏଗ୍ରିକଲଚର୍‌, ବିଏସ୍‌ସି ହର୍ଟିକଲଚର୍‌, ବିଏସ୍‌ସି ଫରେଷ୍ଟ୍ରି, ବିଏସ୍‌ସି ଫିସେରିଜ୍‌, ବିଏସ୍‌ସି କମ୍ୟୁନିଟି ସାଇନ୍ସ ଆଦି ପାଇଁ କାଳିଆ ଛାତ୍ର ବୃତ୍ତି ଆବେଦନ କରିପାରିବେ ।