PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଜମିପଟ୍ଟା ପ୍ରଦାନ ଘଟଣାରେ ରାଜସ୍ବ ନିରୀକ୍ଷକ ଏବଂ କିରାଣୀ ନିଳମ୍ବିତ

ମାଲକାନଗିରି, ୨୩/ ୦୧: ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଜମିପଟ୍ଟା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଶନିବାର ସନ୍ଧ୍ୟାରେ କାଲିମେଳା ତହସିଲର ଆରଆଇ ଓ କିରାଣ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି।

ଗତ ସେପ୍ଟେମ୍ବର ମାସରେ କାଲିମେଳା ବଜାରରେ ୧୮ ଜଣ ଲୋକଙ୍କ ଏନକ୍ରୋଚମେଣ୍ଟ ଜାଗାକୁ ଜାଲିଆତି କରି ପଟ୍ଟା ପ୍ରଦାନ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଦନ୍ତ ଓ ଖୋଳତାଡ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଶିନିବାର ଜିଲ୍ଲାପାଳ କାଲିମେଳା ତହସିଲର ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ନିଳମ୍ବିତ କରିଥିବାର ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି।

ଅପରପକ୍ଷେ, ଏହି ସମ୍ପର୍କରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ପିଚାରିବାରୁ ଦୁଇଜଣଙ୍କୁ ନିଲମ୍ବନ କରା ଯିବା ଖବର ଆମ ନିକଟରେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର