ଆଇସିସି ‘ହଲ୍‌ ଅଫ୍‌ ଫେମ୍‌’ ସମ୍ମାନରେ ସମ୍ମାନିତ ହେଲେ କାଲିସ୍‌, ଷ୍ଟାଲେକର, ଜାହିର ଆବାସ

ଦୁବାଇ,୨୪/୦୮: ଆଇସିସି ପକ୍ଷରୁ ୩ଜଣ ମହାନ ପୂର୍ବତନ ଖେଳାଳିଙ୍କୁ ‘ହଲ୍‌ ଅଫ୍‌ ଫେମ୍‌’ ସମ୍ମାନ ପ୍ରଦାନ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଜାକ୍‌ କାଲିସ୍‌, ପାକିସ୍ତାନର ଜାହିର ଆବାସ ଓ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍‌ ଖେଳାଳି ଲିସା ଷ୍ଟାଲେକର ‘ହଲ୍‌ ଅଫ୍‌ ଫେମ୍‌’ରେ ସ୍ଥାନ ପାଇଛନ୍ତି ।

୧୯୯୫ରୁ ୨୦୧୪ ମଧ୍ୟରେ କାଲିସ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୬୬ଟି ଟେଷ୍ଟ ଖେଳି ୧୩,୨୮୯ ରନ୍‌, ୩୨୮ଟି ଦିନିକିଆ ଖେଳି ୧୧,୫୭୯ରନ୍‌ ସଂଗ୍ରହ କରିଥିଲେ । ସେ ଟେଷ୍ଟରେ ୨୯୨ ଓ ଦିନିକିଆରେ ୨୭୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଏହା ବ୍ୟତୀତ କାଲିସ ୨୫ଟି ଟି-ଟ୍ୱେଣ୍ଟି ଖେଳିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକମାତ୍ର ଖେଳାଳି ଭାବେ କାଲିସ୍‌ ଉଭୟ ଟେଷ୍ଟ ଓ ଦିନିକିଆରେ ୧୦,୦୦୦ରୁ ଊଦ୍ଧ୍ୱର୍ ରନ୍‌ ସଂଗ୍ରହ କରିବା ସହ ୧୨୫୦ରୁ ଊଦ୍ଧ୍ୱର୍ ୱିକେଟ୍‌ ଅକ୍ତିଆର କରିଛନ୍ତି । ଷ୍ଟାଲେକର ଅଷ୍ଟ୍ରେଲିଆ ପକ୍ଷରୁ ୮ଟି ଟେଷ୍ଟ, ୧୨୫ଟି ଦିନିକିଆ ଓ ୫୪ଟି ଟି-ଟ୍ୱେଣ୍ଟି ଖେଳିଥିଲେ ।

ଏସୀୟ ବ୍ରାଡମ୍ୟାନ୍‌ ଭାବେ ପରିଚିତ ଜାହିର ଆବାସ ପାକିସ୍ତାନ ପକ୍ଷରୁ ୭୮ଟି ଦିନିକିଆ ଖେଳି ୫୦୬୨ ରନ୍‌ ଓ ୬୨ଟି ଦିନିକିଆ ଖେଳି ୨୫୨୭ ରନ୍‌ ସଂଗ୍ରହ କରିଥିଲେ । ସେ ଏସିଆର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦୦ ଶତକ ଅର୍ଜନ କରିଛନ୍ତି । କେବଳ ସେତିକିି ନୁହେଁ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଦିନିକିଆ କ୍ରିକେଟ୍‌ରେ ହ୍ୟାଟ୍ରିକ ଶତକ ଅର୍ଜନ କରିଥିଲେ ।

ସୂଚନାଯୋଗ୍ୟ, ଆଇସିସି ଇତି ମଧ୍ୟରେ ମୋଟ୍‌ ୯୩ଜଣ କ୍ରିକେଟରଙ୍କୁ ‘ହଲ୍‌ ଅଫ୍‌ ଫେମ୍‌’ ସମ୍ମାନ ପ୍ରଦାନ କରିଛି। କାଲିସ୍‌ ଦକ୍ଷିଣ ଆଫ୍ରିକାର ଚତୁର୍ଥ ଖେଳାଳି ଓ ଆବାସ ପାକିସ୍ତାନର ଷଷ୍ଠ ଖେଳାଳି ଭାବେ ‘ହଲ୍‌ ଅଫ୍‌ ଫେମ୍‌’ରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆର ୨୭ତମ ତଥା ନବମ ମହିଳା କ୍ରିକେଟର ଭାବେ ‘ହଲ୍‌ ଅଫ୍‌ ଫେମ୍‌’ ତାଲିକାଭୁକ୍ତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବାହାରିଲେ ବ୍ରାଏନ୍‌ ଲାରା, ପ୍ରଶଂସା କରି କହିଲେ- କ୍ଲାସ୍‌ ପ୍ଲେୟାର..

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ରୋହିତ,ଈଶାନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ, କହିଲେ…

ମା ହେବେ ଷ୍ଟାର ରେସଲର, ଫଟୋ ସେୟାର କଲେ ବିଜେପି ନେତ୍ରୀ

ଖେଳୁଥିଲେ କ୍ରିକେଟ, ଚାଲିଗଲା ଜୀବନ