PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ହାଇୱାକୁ ପଛରୁ ପିଟିଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର, ୦୨/୦୬ : ହାଇୱାକୁ ପଛରୁ ପିଟିଲା ହାଇୱା। ଫଳରେ ପଛ ହାଇୱା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜୀବନ୍ତ ଦଗ୍ଧ ହୋଇଥିବା ଡ୍ରାଇଭର ଜଣଙ୍କ ହେଲେ ଝାରଖଣ୍ଡର ସୁନୀଲ ଯାଦବ।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳକୁ “ଆଶ ଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ” କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ପ୍ଲାଣ୍ଟରୁ ପାଉଁଶ ବୋଝଇ କରି କାମାକ୍ଷାନଗର ଆସୁଥିଲା। ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ କାମରେ ପାଉଁଶ ବୋଝେଇ କରି ହାଇୱାଟି ଆସୁଥିଲା। କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ରାସ୍ତା ପାଶ୍ଵରେ ଛିଡା ହୋଇଥିବା ସେହି କମ୍ପାନୀର ଅନ୍ୟ ଏକ ହାଇୱାର ପଛପଟୁ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ପଛରୁ ପିଟିଥିବା ହାଇୱା ଗାଡିଟି ସଙ୍ଗେସଙ୍ଗେ ଜଳିଯାଇଥିଲା। ଫଳରେ ଡ୍ରାଇଭର ଗାଡିରୁ ବାହାରି ନପାରି ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇ ସମ୍ପୂର୍ଣ୍ଣ ଜଳିଯଇଛି। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।