PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସଙ୍କ ଚୟନ

http://thewirehindi.com/

ନ୍ୟୁୟର୍କ,୧୨।୮: ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ହେଲେ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ। ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବ୍ରିଡେନ୍ ଐତିହାସିକ ପଦକ୍ଷେପ ଗ୍ରହଣ କରି ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି। ମଙ୍ଗଳବାର ବ୍ରିଡେନ୍ ଟୁଇଟ୍ କରି ଏହା ଜଣାପଡିଛନ୍ତି। ସେ କହିଛନ୍ତି, ଏହା ଘୋଷଣା କରିବା ମୋ ପାଇଁ ସମ୍ମାନର କଥା ଯେ, ମୁଁ କମଳା ହ୍ୟାରିସଙ୍କୁ ଚୟନ କରିଛି। ସେ ଜଣେ ନିଡର ଯୋଦ୍ଧା, ଦେଶର ଭଲ ଜନସେବକ।

ଯଦି ନିର୍ବାଚନରେ ୭୮ ବର୍ଷୀ ବ୍ରିଡେନ୍ ଜିତିଯାଆନ୍ତି ତେବେ ସେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବେ। ସେଭଳି କମଳା ହ୍ୟାରିସଙ୍କ ବୟସ ଏବେ ୫୫ ବର୍ଷ। ହ୍ୟାରିସ ଏବେ ସିନେଟର ସଦସ୍ୟ ଅଛନ୍ତି। ସେ କାର୍ଲିଫର୍ଣ୍ଣିଆର ଆଟର୍ନିଂ ଜେନେରାଲ ରହିସାରିଛନ୍ତି। ଆମେରିକାର ଇତିହାସରେ ଆଜି ପର୍ଯ୍ୟନ୍ତ କେବଳ ଦୁଇଥର  ମହିଳା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ୧୯୮୪ରେ ଡେମୋକ୍ରାଟ ଦଳର ଗେରାଲ୍ଡିନ୍ ଫେରାରୋ ଓ ୨୦୦୮ରେ ରିପବ୍ଲିକାନ୍ ସାରା ପଲିନଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରାଯାଇଥିଲା। ତେବେ କେହିବି ନିର୍ବାଚନରେ ଜିତି ପାରିନଥିଲେ।

କମଲ ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ପଦରେ ପ୍ରଥମ ଅଶ୍ବେତ ପ୍ରାର୍ଥୀ। ଏବେ ୭ ଅକ୍ଟୋବରରେ ତାଙ୍କର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସହିତ ଡିବେଟ୍ ହେବ। ପେନ୍ସ ରିପବ୍ଲିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ମଧ୍ୟ ଅଛନ୍ତି। ଏହି ଡିବେଟ୍ ଉଟାର ସଲ୍ଟ ଲେକ୍ ସିଟିରେ ହେବ।  ଆମରିକାରେ ୩ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବ।

କମଳା ହ୍ୟାରିସଙ୍କର ପରିଚୟ ଭାରତୀୟ-ଆମେରିକୀୟ ଭାବରେ ରହିଛି। ତାଙ୍କର ମା’ ଶ୍ୟାମଳା ଗୋପାଳନ ଭାରତର ତାମିଲନାଡୁର ଥିଲେ। ସେ କ୍ୟାନସର ରିସର୍ଚ୍ଚର ଥିଲେ। କମଳା ହ୍ୟାରିସଙ୍କ ଅଜା ପିଭି ଗୋପାଳନ ଜଣେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଥିଲେ। ସ୍ବାଧୀନତା ପରେ ସେ ଜଣେ ସରକାରୀ ଚାକିରିଆ ଥିଲେ। କମଳାଙ୍କ ବାପା ଡୋନାଲ୍ଡୋ ହ୍ୟାରିସ ଜାମାଇକାର ଅଟନ୍ତି।

ସମ୍ବନ୍ଧିତ ଖବର