ବିଧାନସଭା ସ୍ବାଧିକାର କମିଟିରୁ ଇସ୍ତଫା ଦେଲେ କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର,୩୦ା୧:  ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତିଙ୍କ ନିକଟକୁ ସେ ପଠାଇ ଦେଇଛନ୍ତି ।
ଓଟିଭିରେ ପ୍ରକାଶିତ ଏକ ଖବର ପ୍ରସାରଣକୁ ନେଇ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ସ୍ବାଧିକାର ଭଂଗ ପ୍ରସ୍ତାବ ଆଗତ କିଥିଲେ । ଏହି ପ୍ରସ୍ତାବ ଆଧାରରେ ବାଚସ୍ପତି ଏକ କମିଟି ଗଠନ କରିଥିଲେ । କମିଟିରେ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ସଦସ୍ୟ ରହିଥିଲେ ।


ଗତ ୨୮ ତାରିଖରେ ହାଜର ହେବା ପାଇଁ କମିଟି ଓଟିଭିର ମୁଖ୍ୟ ନିର୍ଦ୍ଦେଶିକା ଜଗିମଙ୍ଗତ ପଣ୍ଡାଙ୍କୁ ସମନ ଜାରି କରିଥିଲେ । ଜଗି ୨୮ ତାରିଖରେ କମିଟି ପାଖରେ ହାଜର ହୋଇଥିଲେ ।
ତେବେ କୌଣସି ଗଣ ମାଧ୍ୟମର ମାଲିକଙ୍କୁ କମିଟି ଆଗରେ ହାଜର କରିବା ପରଂପରା ନାହିଁ । ଅତି ବେଶୀରେ ରିପୋର୍ଟର ବା ଏଡିଟରଙ୍କୁ ହାଜର ହେବା ପାଇଁ କୁହାଯାଇପାରିବ । ଜଗି ମଙ୍ଗତ ପଣ୍ଡାଙ୍କୁ କମିଟି ଆଗରେ ହାଜର ହେବା ପାଇଁ ସମନ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବୋଧ ହେଉଥିବା ଦର୍ଶାଇ କନକ ବର୍ଦ୍ଧନ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

   ସମ୍ବନ୍ଧିତ ଖବର


ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଶ୍ରୀମନ୍ଦିରରେ କରୋନା କଟକଣା ଲାଗୁ, ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ

ଅର୍ମେନିଆ- ଆଜେରବାଇଜାନ ଯୁଦ୍ଧରେ ପାକିସ୍ତାନର ହସ୍ତକ୍ଷେପ, ଯୁଦ୍ଧ ସ୍ଥଳକୁ ପଠାଇଲା ସୈନିକ