PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ପିସ୍ତଲ ଦେଖାଇ ଲୁଟ ଅଭିଯୋଗ: ଅଭିଯୁକ୍ତ ଗିରଫ,ପିସ୍ତଲ ଜବତ

ଦାରିଙ୍ଗବାଡ଼ି (ଆପ୍ର): ପିସ୍ତଲ ଦେଖାଇ ଲୁଟ କରିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତଠାରୁ ପିସ୍ତଲ ଜବତ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡମପ୍ଲିୟୁ ଗ୍ରାମର ବାପି ପ୍ରଧାନ । ପୋଲିସ ସୂଚନା ପ୍ରକାରେ ଭ୍ରମରବାଡ଼ି ଗ୍ରାମର ନିଧିଆ ସାହୁ ଭ୍ରମରବାଡ଼ି ବଜାରରେ ଗୋଟିଏ ଛୋଟିଆ ତେଜରାତି ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଗତ ୧୩ ତାରିଖ ରାତି ନିଧିଆ ଦୋକାନରେ ବସିଥିବା ସମୟରେ ବାପି ପ୍ରଧାନ ହଠାତ ସେଠାକୁ ଆସି ତାଙ୍କ ମୁଣ୍ଡ ଉପରେ ପିସ୍ତଲ ରଖି ୧୦ ହଜାର ଟଙ୍କା ଦାବି କରିଥିଲା । ପିସ୍ତଲ ଦେଖି ନିଧିଆ ସାହୁ ଭୟଭିତ ହେବା ସହ ଏତେ ଟଙ୍କା ନ ଥିବା କଥା କହିଥିଲେ । ଏପରିକି ଟଙ୍କା ଦେଇପାରିବିନି ବୋଲି କହିଥିଲେ । ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ନିଧିଆ ସାହୁଙ୍କୁ ବାପି ଧମକ ଦେଇଥିଲା ।

ଏହାପରେ ବ୍ୟବସାୟୀ ନିଧିଆ ସାହୁ ପାଖରେ ଥିବା ଏକ ହଜାର ଟଙ୍କା ବାପିକୁ ଦେଇ ଦେଇଥିଲେ । ଟଙ୍କା ପାଇ ବାପି ଦୋକାନରୁ ଚାଲିଯାଇଥିଲା । ଏହା ପରେ ପୁଣି ସୋମବାର ଦିନ ୨ଟା ସମୟରେ ବାପି ଦୋକାନରେ ପହଂଚି ପୁଣି ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ୧୦ ହଜାର ଟଙ୍କା ମାଗିଥିଲା । ହେଲେ ଏହି ସମୟରେ ଦୋକାନକୁ ଅନ୍ୟ ଲୋକ ମାନେ ଆସିବା ଯୋଗୁଁ ସେ ରାତ୍ର ୯ ଟାରେ ଆସି ଟଙ୍କା ନେବି କହିବା ସହ ଏ ବିଷୟରେ କାହାରିକୁ ସୂଚନା ନ ଦେବାକୁ ଧମକଦେଇ ଚାଲିଯାଇଥିଲା । ନିଧିଆ ସାହୁ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ଥାନାକୁ ଯାଇ ବାପି ପ୍ରଧାନଙ୍କ ନାଁରେ ଏତଲା ଦେଇଥିଲେ । ପୋଲିସ ଏତଲା ପ୍ରକାରେ ମାମଲା ନଂ ୧୨୬/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ମଙ୍ଗଳବାର ଦିନ ସକାଳ ସମୟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ,ଏସଆଇ ସୌମ୍ୟରଞ୍ଜନ ଜେନାଙ୍କ ସହ ପୋଲିସ ସଦଳେବଳେ ଯାଇ ବାପି ପ୍ରଧାନଙ୍କ ଘରେ ଚଢ଼ାଉ କରି ଅଭିଯୁକ୍ତ ବାପିକୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ପିସ୍ତଲ ଜବତ କରିଥିଲେ । ବାପି ନାମରେ ଏହା ପୂର୍ବରୁ ସୋରଡା ଥାନା ଓ ଦାରିଙ୍ଗବାଡ଼ି ଥାନାରେ ଏକାଧିକ ଲୁଟେରା ମାମଲା ରହିଥିବା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।