PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କଙ୍ଗନାଙ୍କ ସୁରକ୍ଷା ଚିନ୍ତାରେ ମା’, ବିପଦ ଦୂରକରିବା ପାଇଁ ଜପୁଛନ୍ତି ମହାମୃତ୍ୟୁଞ୍ଜୟ ମନ୍ତ୍ର

ମୁମ୍ବାଇ ୧୭/୦୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ବଲିଉଡରେ ଚାଲୁଥିବା ପ୍ରିୟାପ୍ରୀତି ତୋଷଣ ସମ୍ପର୍କରେ ମୁକ୍ତ ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାକୁ ନେଇ ଅନେକ ତାଙ୍କର ପ୍ରଶଂସା କରୁଥିବା ବେଳେ କେତେକ ତାଙ୍କର ବିରୋଧ ମଧ୍ୟ କରିଛନ୍ତି । ଏଥିନିମନ୍ତେ କଙ୍ଗନାଙ୍କ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ ଜଣାପଡ଼ିଛି । ଏଣୁ କଙ୍ଗନାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ତାଙ୍କ ମା’ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛନ୍ତି। କଙ୍ଗନାଙ୍କ ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସୂଚନା ମିଳିଛି ।

ଗତ କିଛିଦିନ ଧରି ଚାଲୁଥିବା ମହା ମୃତ୍ୟୁଞ୍ଜୟ ଜପ ଉତ୍ସବ ରବିବାର ଶେଷ ହୋଇଥିବା କୁହାଯାଇଛି। କଙ୍ଗନା ନିଜର ଫାଙ୍କା ସମୟ ପରିବାର ସହ ବିତାଇଥାନ୍ତି । କଙ୍ଗନା ଫିଲ୍ମ ପ୍ରଯୋଜକ କରଣଙ୍କ ବିରୋଧରେ ଅଧିକାଂଶ ମନ୍ତବ୍ୟ ଦେଉଥିବାରୁ କରଣଙ୍କ ଠାରୁ କଙ୍ଗନାଙ୍କୁ ବିପଦ ରହିଥିବା କଙ୍ଗନାଙ୍କ ଫ୍ୟାନମାନେ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର