
ନୂଆଦିଲ୍ଲୀ -ଦେଶର ରାଜଧାନୀ ଦିଲ୍ଲୀରେ ଯେବେ ଠାରୁ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି , ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଏହି ମାମଲାରେ ଖୋଲାଖୋଲି ନିଜର ମତ ଦେଇଛନ୍ତି । ଏହା ଏତେ ଅଧିକ ସକ୍ରିୟ ହୋଇଯାଇଛି କି , ତାଙ୍କର ଅନେକ ଟ୍ୱିଟ୍ ଏବେ ବିସ୍ଫୋରଣ ସୃଷ୍ଟି କରିଛି ।
ନିକଟରେ କଙ୍ଗନାଙ୍କର ଏକ ଟ୍ୱିଟ୍ ଶାହିନ ବାଗ୍ର ଜେଜିମାକୁ ନେଇ ବିବାଦିତ ଟିପ୍ପଣୀ କରି ଦେଇଥିଲେ । ପ୍ରଥମେ ସେ ଦାବି କରିଛନ୍ତି କି ସେହି ଜେଜିମାଆ କୃଷକଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ଏବଂ ପରେ ସେ କହି ଦେଇଥିଲେ କି ୧୦୦ଟଙ୍କା ପାଇଁ ମଧ୍ୟ ଆସି ପାରନ୍ତି । କିଛି ସମୟ ପରେ ଅଭିନେତ୍ରୀ ଏହି ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ। କାହିଁକି ନା ତୀର ଧନୁରୁ ବାହାରି ସାରିଥିଲା , ଏଥିପାଇଁ କଙ୍ଗନାଙ୍କର ଏହି ଟ୍ୱିଟ୍ରେ ସିଙ୍ଗର ଓ ଆକ୍ଟର ଦିଲଜୀତ୍ ଦୋସାଞ୍ଜ୍ ଖୁବ୍ ପାଲଟା ଜବାବ ଦେଇଥିଲେ । ସେ କଙ୍ଗନାଙ୍କର ଉକ୍ତ ଟିପ୍ପଣୀକୁ ଭୁଲ୍ କହି ଏକ ଭିଡ଼ିଓ ସେୟାର କରିଥିଲେ ।

ମହିନ୍ଦର କୌର ନାମକ ଏକ ବୁଢ଼ୀ ମାଆଙ୍କର ଭିଡ଼ିଓ ଶେୟାର କରି ଦିଲ୍ଜୀତ୍ ଲେଖିଥିଲେ – ଜଣକୁ ଏତେ ଅନ୍ଧ ମଧ୍ୟ ହୋଇଯିବା ଉଚିତ୍ ନୁହେଁ , କିଛି ବି କହିବା ଉଚିତ୍ ନୁହେଁ । ଏହା ହେଲା ପ୍ରମାଣ ।
ଏବେ ଏଇ ଟ୍ୱିଟ୍ ମାଧ୍ୟମରେ ଦିଲଜୀତ୍ କଙ୍ଗନାଙ୍କୁ ଦର୍ପଣ ଦେଖାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିନେତାଙ୍କର ଏହି ଚେଷ୍ଟାକୁ ପସନ୍ଦ ଆସିନଥିଲା । ଦିଲଜୀତ୍ଙ୍କର ଏକ ଟ୍ୱିଟ୍ ପରେ ହିଁ କଙ୍ଗନା ଏହା ଉପରେ ବ୍ୟକ୍ତିଗତ ଆକ୍ରମଣ କରିଦେଇଛନ୍ତି ।
Respected MAHINDER KAUR JI 🙏🏾
— DILJIT DOSANJH (@diljitdosanjh) December 2, 2020
Ah Sunn La Ni With Proof @KanganaTeam
Banda Ena V Ni Anna Hona Chaida..
Kush v Boli Turi jandi aa .. pic.twitter.com/Ie1jNGJ0J1
କଙ୍ଗନା ରଣାୱତ ଦିଲଜୀତ୍ଙ୍କୁ କରଣ ଜୋହରଙ୍କର ପୋଷା ବୋଲି କହିଛନ୍ତି । ଟ୍ୱିଟ୍ କରି କଙ୍ଗନା ଲେଖିଛନ୍ତି – ସେ କରଣ ଜୋହରଙ୍କର ପୋଷା । ଯିଏ ଶାହିନ୍ ବାଗ୍ରେ ନାଗରିକ ଆଇନ୍ ସମୟରେ ବିରୋଧ କରୁଥିଲେ , ସେ ଥିଲେ ବିଲ୍କିସ୍ ବୋନୋ ଜେଜିମାଆ। ସେ ପରେ କୃଷକଙ୍କ ସହ ମଧ୍ୟ ଧାରଣ ଦେବାର ନଜର ଆସିଥିଲେ । ମହିନ୍ଦର କୌରଙ୍କୁ ମୁଁ ଜାଣିନାହିଁ । ତୁମେ ମାନେ କଣ ଡ୍ରାମା ଚଳେଇଛି ।
Ooo Karan johar ke paltu, jo dadi Saheen Baag mein apni citizenship keliye protest kar rahi thi wohi Bilkis Bano dadi ji Farmers ke MSP ke liye bhi protest karti hue dikhi. Mahinder Kaur ji ko toh main janti bhi nahin. Kya drama chalaya hai tum logon ne? Stop this right now. https://t.co/RkXRVKfXV1
— Kangana Ranaut (@KanganaTeam) December 3, 2020
ଏବେ କଙ୍ଗନାଙ୍କର ଏହି ସଫେଇ ପରେ ଦିଲଜୀତ୍ ପୁଣି ଅଭିନେତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । କଙ୍ଗନା ତାଙ୍କୁ ପୋଷା କହିବା ସେ ଉଚିତ୍ ଭାବି ନାହାନ୍ତି । ସେ ଏହା ଉପରେ ପ୍ରତିକ୍ରିୟା କରି ଲେଖିଛନ୍ତି , ତୁମେ ଯେତେ ଲୋକଙ୍କ ସହ ଫିଲ୍ମ କରିଛ , ତାଙ୍କର କଣ ତୁମେ ପୋଷା ?
Aa JAA…
— DILJIT DOSANJH (@diljitdosanjh) December 3, 2020
Kam Mai Hun Da Ni Karda ..Tuney Kitno ki Chaati Hai Kaam Ke Lie?
Mai Bollywood Mai Strugle ni karta madam..
Bollywood wale aa ke kehnde aa film kar Lao SIR 😊
Mai tainu das riha eH BOLLYWOOD WALE NI PUNJAB WALE AA
2 Dian 4 Ni 36 Sune gi.. https://t.co/KSHb45Xpak
ଉଲ୍ଲେଖନୀୟ ଯେ, କଙ୍ଗନା ରଣାୱତ ଓ ଦିଲଜୀତ୍ଙ୍କ ମଧ୍ୟରେ ଏହି ଟ୍ୱିଟ୍ ଆକ୍ରମଣ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ସାଜିଛି । କିନ୍ତୁ ଏହିଥର ଦିଲଜୀତ ,କଙ୍ଗନାଙ୍କ ଉପରେ ଖୁବ୍ ଆକ୍ରମଣାତ୍ମକ ଥିବା ନଜର ଆସିଛନ୍ତି , କାରଣ ତାଙ୍କର ଅନେକ ପ୍ରଶଂସକ ଏହି ସମୟରେ ଅଭିନେତ୍ରୀଙ୍କୁ ଟ୍ରୋଲ୍ କରୁଛନ୍ତି ।
Ooo Karan johar ke paltu, jo dadi Saheen Baag mein apni citizenship keliye protest kar rahi thi wohi Bilkis Bano dadi ji Farmers ke MSP ke liye bhi protest karti hue dikhi. Mahinder Kaur ji ko toh main janti bhi nahin. Kya drama chalaya hai tum logon ne? Stop this right now. https://t.co/RkXRVKfXV1
— Kangana Ranaut (@KanganaTeam) December 3, 2020