ବିବାଦ ଘେରରେ ‘ମେଣ୍ଟାଲ ହେ କ୍ଯା’, ବଦଳିବ ଟାଇଟଲ୍

ମୁମ୍ବାଇ ୩୦/୪: କଙ୍ଗନା ରାନାୱତ ଓ ରାଜକୁମାର ରାଓଙ୍କ ଯୋଡି ଖୁବ୍ ଶୀଘ୍ର ମେଣ୍ଟାଲରେ ଦେଖିବାକୁ ମିଳିବ । କିନ୍ତୁ କଙ୍ଗନା ଓ ରାଜକୁମାରଙ୍କ ଏହି ଫିଲ୍ମଟି ଏବେ ବିବାଦ ଘେରରେ । ମନୋଚିକିତ୍ସକ ଓ ମେଣ୍ଟାଲ ହେଲ୍ଦ ବିଶେଷଜ୍ଞ ଏହି ଫିଲ୍ମର ଟାଇଟଲକୁ ନେଇ ବିରୋଧ କରିଛନ୍ତି । ଫିଲ୍ମର ଟାଇଟଲ ‘ମେଣ୍ଟାଲ ହେ କ୍ଯା’ ବିବାଦକୁ କମାଇବା ବଦଳରେ ଅଧିକ ବଢାଇ ଦେଇଛି । ପୂର୍ବରୁ ମେକର୍ସ କହିଥିଲେ ଏହି ବିବାଦ କିଛି ଦିନ ମଧ୍ଯରେ ସମାଧାନ ହୋଇଯିବ । କିନ୍ତୁ ବିବାଦ କମିବା ବଦଳରେ ବଢିବାରେ ଲାଗିଛି । ଏବେ ମେକର୍ସଙ୍କ ପାଖରେ ଫିଲ୍ମର ଟାଇଟଲ୍ ବଦଳାଇବା ବ୍ୟତୀତ ଅନ୍ଯ କୌଣସି ଉପାୟ ନାହିଁ । ଯଦି ସେ ଏମିତି ନକରନ୍ତି ତେବେ ଆଗକୁ ତାଙ୍କୁ ଆହୁରି ସମସ୍ୟା ଭୋଗିବାକୁ ପଡିପାରେ ।

କଣ ରହିଛି ଏ ଫିଲ୍ମରେ ?

‘ମେଣ୍ଟାଲ ହେ କ୍ୟା’ରେ ପ୍ରଥମ ଥର ପାଇଁ କଙ୍ଗନା ଓ ରାଜକୁମାର ରାଓଙ୍କ ଯୋଡି ଦେଖିବାକୁ ମିଳିବ । ଉଭୟ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋବେଲାମୁଡି । ଫିଲ୍ମ ପ୍ରଡ୍ୟୁସର ହେଉଛନ୍ତି ଏକତା କପୁର । ନିକଟରେ ଫିଲ୍ମର ଟିମ୍ ଏହାର ସୁଟିଂ ପୂରା କରିଛନ୍ତି ।  ମେକର୍ସ ଫିଲ୍ମର କିଛି ପୋଷ୍ଟର ଦର୍ଶକଙ୍କ ପାଇଁ ଜାରି କରିଛନ୍ତି । କଙ୍ଗନା ରାଣାୱତ ଓ ରାଜକୁମାର ରାଓଙ୍କ ଏହି ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

କଙ୍ଗନା ରାଣାୱତ ‘ମେଣ୍ଟାଲ୍ ହେ କ୍ୟା’ ବ୍ଯତୀତ ଜୟଲଳିତାଙ୍କ ବାୟୋପିକରେ ମଧ୍ଯ ନଜର ଆସିବେ । ସୂଚନା ଅନୁସାରେ ଏହି ବିଗ୍ ବଜେଟର ଫିଲ୍ମ ପାଇଁ କଙ୍ଗନା ବଡ ରାଶି ମେକର୍ସଙ୍କଠୁ ଆଣିଛନ୍ତି । ଗତ ବର୍ଷ କଙ୍ଗନା ମଣିକର୍ଣ୍ଣିକାରେ ନଜର ଆସିଥିଲେ ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି