ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…

ମୁମ୍ବାଇ ୨୮।୧୧ : ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତଙ୍କ ସାନ ଭାଇ ଅକ୍ଷତଙ୍କ ବିବାହ କିଛି ଦିନ ତଳେ ସରିଛି। ଅକ୍ଷତ ରିତୁଙ୍କୁ ବିବାହ କରିଛନ୍ତି। ଅକ୍ଷତଙ୍କର ଉଦୟପୁରର ଦ ଲୀଲା ପ୍ୟାଲେସ୍‌ରେ ଡେଷ୍ଟିନେସନ ଓ୍ବେଡିଂ ହୋଇଥିଲା। ବିବାହ ଉତ୍ସରେ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଏକ ରିପୋର୍ଟ ଅନୁସାରେ, କଙ୍ଗନା ରଣାଓ୍ବତଙ୍କ ଭାଇଙ୍କ ବିବାହ ପାଇଁ ହୋଟେଲ ଲୀଲା ପ୍ୟାଲେସକୁ ରାଜୱାଡି ଥିମ୍‌ରେ ସଜାଯାଇଥିଲା। ନଭେମ୍ବର ୧୧ରେ ଅକ୍ଷତ ଏବଂ ରିତୁଙ୍କ ହଳଳୀ, ମେହେନ୍ଦି ଏବଂ ସଙ୍ଗୀତର ସମାରୋହ ସମାପ୍ତ ହୋଇଥିଲା ।

ଖବର ଅନୁଯାୟୀ, ହିମାଚଳ ପରମ୍ପରା ଅନୁଯାୟୀ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ରଙ୍ଗୋଲି ଚାନ୍ଦେଲ ତାଙ୍କ ଭାଉଜଙ୍କୁ ରୂପା ପାୟଲ ପିନ୍ଧାଇଥିଲେ।| ସେ ବିବାହ ପୂର୍ବରୁ ସମସ୍ତ ଅତିଥିଙ୍କୁ ମୁମ୍ବାଇରୁ ଆଣିଥିବା ମୁକୁଟ ପିନ୍ଧାଇଥିଲେ।

କଙ୍ଗନା ରଣାଓ୍ବତ ତାଙ୍କ ଭାଇଙ୍କ ବିବାହରେ ଏକ ସ୍ୱତନ୍ତ୍ର ଗୁଜରାଟୀ ବାନ୍ଧନୀ ଲେହେଙ୍ଗା ପିନ୍ଧିଥିଲେ । ଏହି ଲେହେଙ୍ଗାର ମୂଲ୍ୟ ୧୮ ଲକ୍ଷ ଟଙ୍କା । ଖବର ଅନୁଯାୟୀ, ଏହି ଲେହେଙ୍ଗାକୁ ଡିଜାଇନର୍ ଅନୁରାଧା ବକିଲ୍ ଡିଜାଇନ୍ କରିଥିଲେ। ଲେହେଙ୍ଗା ସହିତ ସେ ଡିଜାଇନର୍ ସବ୍ୟସାଚିଙ୍କ ଦ୍ୱାରା ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଏହାର ମୂଲ୍ୟ ୪୫ ଲକ୍ଷ ଟଙ୍କା । ସବ୍ୟସାଚି ଖୁବ୍ କମ୍ ସମୟ ମଧ୍ୟରେ ଅଳଙ୍କାର ତିଆରି କରିଥିଲେ । ବିବାହ ଉତ୍ସବରେ ରାଜସ୍ଥାନୀ ଖାଦ୍ୟ ପରିବେଷଣ କରାଯାଇଥିଲା।