ଭାରତର ପ୍ରଥମ ହାଇଏଷ୍ଟ ପେଡ୍ ଅଭିନେତ୍ରୀ ପାଲଟିଲେ କଙ୍ଗନା, ଜୟଲଳିତାଙ୍କ ବାୟୋପିକ୍ ପାଇଁ ନେବେ ଏତେ କୋଟି…

ମୁମ୍ବାଇ ୨୪/୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଖୁବଶୀଘ୍ର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକରେ ନଜର ଆସିବେ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅର୍ଥାତ୍ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ । ଗତ କିଛି ଦିନ ଧରି ଏହି ଏହି ଫିଲ୍ମ ଓ କଙ୍ଗନାଙ୍କ ନାଁ ମଧ୍ଯ ଚର୍ଚ୍ଚାକୁ ଆସିଥିଲା । ତେବେ କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଘୋଷଣା ହୋଇଥିଲା । ଜୟଲଳିତାଙ୍କ ବାୟୋପିକର ନାଁ ଥଲାଇୱି ରହିବ । ତାମିଲ ଭାଷାରେ ଏହି ଫିଲ୍ମକୁ ଥଲାଇୱି ନାଁରେ ରିଲିଜ କରାଯିବ । ହିନ୍ଦୀରେ ଫିଲ୍ମର ନାଁ ରହିବ ‘ଜୟା’ । ଫିଲ୍ମର ନିର୍ଦ୍ଦେଶନା ଦେବେ ଏଲ୍ ବିଜୟ ।

ତେବେ ଏହାତ କିଛି ପୁରୁଣା ହୋଇଯାଇଛି । କିନ୍ତୁ ଏକ ନୂଆ ଖବର ଏବେ ମାର୍କେଟକୁ ଆସିଛି । କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ ପାଇଁ ଫିଲ୍ମ ନିର୍ମାତାଙ୍କୁ ୨୪ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଫିଲ୍ମ ମେକର୍ସ ମଧ୍ଯ ତାଙ୍କ ଡିମାଣ୍ଡକୁ ପୂରା କରିବା ପାଇଁ ୨୪ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି ।

ପୂର୍ବରୁ ଏହି ଫିଲ୍ମ ପାଇଁ ବିଦ୍ୟା ବାଲନ୍ ଓ ଐଶର୍ଯ୍ୟା ରାୟଙ୍କ ନାଁ ସାମ୍ନାକୁ ଆସିଥିଲା କିନ୍ତୁ ଶେଷରେ କଙ୍ଗନାଙ୍କୁ ଫାଇନାଲ କରାଯାଇଥିଲା । ତେବେ ସୂଚନା ଅନୁସାରେ ୨୪ କୋଟି ଟଙ୍କା ନେଉଥିବା କଙ୍ଗନା ଭାରତର ପ୍ରଥମ ହାଇଏଷ୍ଟ ପେଡ୍ ଅଭିନେତ୍ରୀ ପାଲଟିଯାଇଛନ୍ତି ।

କଙ୍ଗନା ଏକ ଇଣ୍ଟରଭ୍ଯୁରେ କହିଛନ୍ତି ଯେ ସେ ଏହି ଫିଲ୍ମ କରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତେବେ ନିକଟରେ ତାଙ୍କ ମଣିକର୍ଣ୍ଣିକା ବକ୍ସ ଅଫିସରେ ଭଲ ଆୟ କରିଥିଲା । ଫିଲ୍ମରେ ଦମଦାର ଅଭିନୟ କରିଥିଲେ କଙ୍ଗନା ।

   ସମ୍ବନ୍ଧିତ ଖବର


ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ବଙ୍ଗାଳୀ ଲୁକ୍‌ରେ ଫଟୋସୁଟ୍ କଲେ ରଶ୍ମି, ଭାଇରାଲ ହେଉଛି ଭିଡ଼ିଓ

ଦିନେ ତେଲ-ପାଉଡର-ଆଇସ୍କ୍ରିମ୍‌ର ବିଜ୍ଞାପନ କରୁଥିଲେ ଅଭିନେତ୍ରୀ, ମା’ଙ୍କ ପରାମର୍ଶ ବଦଳାଇଦେଲା ତାଙ୍କ ଭାଗ୍ୟ

ମୋଦିଙ୍କ ଜୀବନୀକୁ ନେଇ ୱେବ୍‌ସିରିଜ: ଦ୍ବିତୀୟ ସିଜନ୍ ରହିଛି ମୁଖ୍ୟମନ୍ତ୍ରୀ ଠାରୁ ପ୍ରଧାନମନ୍ତ୍ରୀ ହେବାର କାହାଣୀ

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା, ଶାହାରୁଖଙ୍କ ଝିଅ ସୁହାନା ଦେଲେ ଏଭଳି କମେଣ୍ଟ