‘ଥଲାଇଭି’ ଶ୍ରମିକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ବଲିଉଡ୍‌ କୁଇନ୍‌ କଙ୍ଗନା

ମୁମ୍ବାଇ ୨୨/୪: ଲକ୍‌ଡାଉନ୍‌ ପୂର୍ବରୁ, ‘ଥଲାଇଭି’ର ଶେଷ ଭାଗ ସୁଟିଂ କରୁଥିଲେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌ । କୋଭିଡ୍‌-୧୯ ଓ ପରବର୍ତ୍ତୀ ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ସୁଟିଂ ବନ୍ଦ ହୋଇଗଲା । ଏବେ ଏହି ଜଟିଳ ପରିସ୍ଥିତିରେ ଫିଲ୍ମ ଫେଡେରେସନ୍‌ କର୍ମଚାରୀ ତଥା ଫିଲ୍ମ ସହ ସଂଶ୍ଳିଷ୍ଟ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି କଙ୍ଗନା । ଫିଲ୍ମ ଏମ୍ପଲୋଇସ୍‌ ଫେଡେରେସନ୍‌ ଅଫ୍‌ ସାଉଥ୍‌ ଇଣ୍ଡିଆର କୋଭିଡ୍‌-୧୯ ରିଲିଫ୍‌ ଫଣ୍ଡକୁ ସେ ୫ ଲକ୍ଷ ଦାନ କରିଛନ୍ତି । ସେତିକି ନୁହେଁ, ଫିଲ୍ମ ‘ଥଲାଇଭି’ ସହ ସଂଶ୍ଳିଷ୍ଟ ଦିନ ମଜୁରିଆଙ୍କ ପାଇଁ ମଧ୍ୟ ୫ ଲକ୍ଷ ଦାନ କରିଛନ୍ତି । ଏହା ପୂର୍ବରୁ କଙ୍ଗନା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୨୫ ଲକ୍ଷ ଦାନ କରିଥିଲେ ।

ଏଥିସହ ଦିନ ମଜୁରିଆ ପରିବାରଙ୍କୁ ରାସନ ମଧ୍ୟ ଯୋଗାଇ ଦେଇଥିଲେ ବୋଲି ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲ ଏକ ଟ୍ୱିଟ୍‌ରେ ସୂଚନା ଦେଇଥିଲେ । କେବଳ କଙ୍ଗନା କାହିଁକି, ତାଙ୍କ ପୂରା ପରିବାର ମଧ୍ୟ କରୋନା ଲଢ଼େଇ ନିମନ୍ତେ ଦାନ କରିଛନ୍ତି । କଙ୍ଗନାଙ୍କ ମା’ ଆଶା ରଣାୱତ୍‌ ନିଜର ଗୋଟିଏ ମାସର ପେନ୍‌ସନ ଦାନ କରିଛନ୍ତି । ଲକ୍‌ଡାଉନ୍‌ ପରେ ଖୁବ୍‌ଶୀଘ୍ର କାମ ଆରମ୍ଭ କରିବେ ବୋଲି କଙ୍ଗନା ଆଶାବାଦୀ । ଫିଲ୍ମ ‘ଥଲାଇଭି’ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଜେ. ଜୟଲଲିତାଙ୍କ ଭୂମିକା ନିର୍ବାହ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ । ତାମିଲ, ତେଲୁଗୁ ଓ ହିନ୍ଦୀରେ ଏହା ମୁକ୍ତିଲାଭ କରିବ ।

   ସମ୍ବନ୍ଧିତ ଖବର


ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…

୧୯୩୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…