କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

ମୁମ୍ବାଇ ୨୭।୧୧ : ବଲିଉଡର ‘ପଙ୍ଗା କୁଇନ୍‌’ କଙ୍ଗନା ରଣାଓ୍ବତ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟଭି୍‌ ଥାନ୍ତି। ସୋସିଆଲ ମିଡ଼ିଆରେ ଲଗାତାର ସମସ୍ତଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଆଜି ଆଉ ଏକ ଟ୍ବିଟ କରିଥିଲେ। ଯେଉଁଥିରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ସେ ନିଜେ ଆସି ଯାଇଛନ୍ତି।

ଅଭିନେତ୍ରୀ କଙ୍ଗନା ବଲିଉଡର ବାବା ଅର୍ଥାତ୍ ସଞ୍ଜୟ ଦତ୍ତଙ୍କ ସହ ଏକ ଫଟୋ ସେୟାର କରିଥିଲେ। ସେ କେବଳ ଫଟୋ ସେୟାର କରିନଥିଲେ ବରଂ ତାଙ୍କୁ ଭେଟିଥିଲେ ବୋଲି ମଧ୍ୟ କହିଛନ୍ତି। ଏହାପରେ ଲୋକଙ୍କ ଟାର୍ଗେଟରେ ଆସି ଯାଇଛନ୍ତି କଙ୍ଗନା। ତେବେ ସୋସିଆଲ ମିଡ଼ିଆରେ କିଛି ଲୋକ କଙ୍ଗନା ସପୋର୍ଟ କରୁଥିବାବେଳେ ଆଉ କିଛିଜଣ ନାନା କଥା କହି ତାଙ୍କୁ ଗାଳି ଗୁଲଜ କରୁଛନ୍ତି।

କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି କି-‘ ଯେତେବେଳେ ମୋତେ ଜଣାପଡ଼ିଲା କି ଆମେ ଦୁହେଁ ହାଇଦ୍ରାବାଦର ଗୋଟିଏ ହୋଟେଲରେ ରହିଛେ, ମୁଁ ସକାଳେ ସଞ୍ଜୁ ସାରଙ୍କୁ ଭେଟି ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ତାଙ୍କ ପାଖରେ ପହଞ୍ଚିଗଲି। ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ହ୍ୟାଣ୍ଡସମ୍‌ ଏବଂ ସୁସ୍ଥ ଦେଖି ଖୁସି ଲାଗିଲା।’ କଙ୍ଗନା ଆହୁରି ଲେଖିଛନ୍ତି କି- ‘ମୁଁ ଆପଣଙ୍କ ଲମ୍ବା ଆୟୁଷ ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।’  

ତେବେ କଙ୍ଗନା ରଣାଓ୍ବତ ଏବେ ହାଇଦ୍ରାବାଦରେ ନିଜ ଅପକମିଂ ଫିଲ୍ମ ଥଲାଥବୀର ସୁଟିଂ କରୁଛନ୍ତି। ଫିଲ୍ମରେ ସେ ଜୟଲଳିତା ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ଫିଲ୍ମ ଧାକଡ଼ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ ଆରମ୍ଭ କରିଦେଇଛନ୍ତି।