କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ମୁମ୍ବାଇ ୨୮।୧୧ : ସେପ୍ଟେମ୍ବର ୯ରେ ପଙ୍ଗା କୁଇନ କଙ୍ଗନା ରଣାଓ୍ବତଙ୍କ କାର୍ଯ୍ୟାଳୟ ବିଏମସି ଭଙ୍ଗାରୁଜା କରିବା ନେଇ ବମ୍ବେ ହାଇକୋର୍ଟ ଏହାର ରାୟ ଦେଇଛନ୍ତି। କଙ୍ଗନା ସପକ୍ଷରେ କୋର୍ଟ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିରେ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି। କିନ୍ତୁ ଇତି ମଧ୍ୟରେ ମୁମ୍ବାଇର ମେୟର କିଶୋରୀ ପେଡନେକରଙ୍କ ଏକ ବୟାନ ସାମ୍ନାକୁ ଆସିଛି। ମେୟରଙ୍କ ଦୁର୍ବ୍ୟବହାର କଙ୍ଗନା ପାଇଁ ଥିଲା, ଯେଉଁଥିରେ ଅଭିନେତ୍ରୀ ଟ୍ୱିଟ୍ କରି ପାଲଟା ଜବାବ ଦେଇଛନ୍ତି । ସୋସିଆଲ ମିଡିଆରେ କଙ୍ଗନାଙ୍କ ଟ୍ୱିଟ ବହୁତ ଭାଇରାଲ ହେବାରେ ଲାଗିଛି।

କୋର୍ଟଙ୍କ ନିଷ୍ପତ୍ତି ପରେ ମେୟର କିଶୋରୀ ପେଡନେକର କହିଥିଲେ, ସବୁ ଲୋକ ଚକିତ ଅଛେ କି ଜରେ ଅଭିନେତ୍ରୀ ଯିଏ ହିମାଚଳରେ ରହୁଛନ୍ତି, ଏଠାକୁ ଆସୁଛନ୍ତି ଏବଂ ଆମ ମୁମ୍ବାଇକୁ ପିଓକେ କହୁଛନ୍ତି। ଏମିତି ‘ଦି ଟଙ୍କାର ମଣିଷ’ ଅଦାଲତକୁ ରାଜନୀତିର ଆଖାଡ଼ା ବନାଇବାକୁ ଚାହୁଁଛନ୍ତି। ଏହା ଭୁଲ୍‌ ଅଟେ। ପେଡନେକରଙ୍କ କହିବାନୂସାରେ, କଙ୍ଗନାଙ୍କ ବଙ୍ଗଳା ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ନିୟମ ମୁତାବିକ କରାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଜଲଦୀ ହିଁ ବିଏମ୍‌ସିର ଆଇନଗତ ଟିମ୍‌ ସହିତ ବୈଠକ କରାଯିବ।

ସେହିପରି ମେୟରଙ୍କ ଏହି କଥାରେ ପଙ୍ଗା କୁଇନ୍‌ କଙ୍ଗନା ପାଲଟା ଜବାବ୍‌ ଦେଇଛନ୍ତି। କଙ୍ଗନା ଭିଡ଼ିଓ ସେୟାର କରି ଲେଖିଛନ୍ତି- ‘’ଗତ କିଛି ମାସ ମଧ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏତେଗୁଡ଼ିଏ ଆଇନଗତ ମାମଲା, ଅପବ୍ୟବହାର, ଅପମାନ ଏବଂ ଅପମାନର ସମ୍ମୁଖୀନ ହୋଇଥିଲି ଯେ ବଲିଉଡ ମାଫିଆ, ଆଦିତ୍ୟ ପାଞ୍ଚୋଲି ଏବଂ ହ୍ରିତିକ ରୋଶନଙ୍କ ପରି ଲୋକମାନେ ବର୍ତ୍ତମାନ ଭଲ ମଣିଷ ହେବାକୁ ଲାଗିଛନ୍ତି। ମୋ ଭିତରେ କ’ଣ ଅଛି ତାହା ଜଣା ନାହିଁ ଯାହା ଲୋକଙ୍କୁ ଏତେ କଷ୍ଟ ଦେଉଛି।