ଭଙ୍ଗା କାର୍ଯ୍ୟାଳୟର ଫଟୋ ସେୟାର କରି ଭଡ଼କିଲେ କଙ୍ଗନା, କହିଲେ- ଏହା କ’ଣ ଦୁଷ୍କର୍ମ ନୁହେଁ ?

ମୁମ୍ବାଇ ୧୮।୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ପୁଣି ଥରେ ବିଏମସି ଦ୍ବାରା ମୁମ୍ବାଇ ସ୍ଥିତ ନିଜ କାର୍ଯ୍ୟାଳୟକୁ ଭଙ୍ଗା ଯାଇଥିବା ନେଇ ରାଗ ବାହାରକରିଛନ୍ତି। ଗୁରୁବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାଙ୍ଗି ଅନେକ ଲୋକଙ୍କୁ ବେରୋଜଗାର କରିଦେଇଛନ୍ତି ଏବଂ ସେମାନେ ବର୍ତ୍ତମାନ ଜାତୀୟ ବେକାରୀ ଦିବସ ପାଳନ କରୁଛନ୍ତି।

କଙ୍ଗନା ରଣାଓ୍ବତ ମୁମ୍ବାଇର ପାଲୀ ହିଲ୍‌ ସ୍ଥିତ ନିଜ ପ୍ରଡକ୍ସନ କାର୍ଯ୍ୟାଳୟର ଭାଙ୍ଗିଯାଇଥିବା ଅଂଶର କିଛି ଫଟୋ ସେୟାର କରିଛନ୍ତି।  ଟ୍ୱିଟ୍ କରି କହିଛନ୍ତି ଯେ ‘ମୋର କର୍ମ ସ୍ଥାନକୁ ଶ୍ମଶାନ କରିଦେଇଛନ୍ତି। ସେମାନେ ଜାଣନ୍ତି ନାହିଁ ଯେ, ଏହା ଦ୍ବାରା କେତେ ଲୋକଙ୍କର ଚାକିରି ଚାଲିଗଲା। ଏକ ଚଳଚ୍ଚିତ୍ର ୟୁନିଟ୍ ଅନେକ ଲୋକଙ୍କୁ ରୋଜଗାର ଦେଇଥାଏ। ଯେତେବେଳେ ଏକ ଚଳଚ୍ଚିତ୍ର ରିଲିଜ୍ ହୁଏ, ଏହା ଥିଏଟରରୁ ଆରମ୍ଭ କରି ପପକର୍ଣ୍ଣ ବିକ୍ରେତା ପର୍ଯ୍ୟନ୍ତ ସମସ୍ତଙ୍କ ଘର ସେଥିରେ ଚାଲିଥାଏ । ଯେଉଁମାନଙ୍କର ଚାକିରୀ ଛଡ଼ାଇନେଲ ସେମାନେ ଆଜି ଜାତୀୟ ବେକାରୀ ଦିବସ ପାଳନ କରୁଛନ୍ତି।

କଙ୍ଗନା ଆହୁରି ଲେଖିଛନ୍ତି କି, ଏହା ଏକପ୍ରକାରର ଦୁଷ୍କର୍ମ ଅଟେ, ଏହା ଏକ ଭୁଲ, ମୋର ସ୍ୱପ୍ନର, ମୋର ଆତ୍ମାର, ମୋର ଆତ୍ମ ସମ୍ମାନର ଏବଂ ମୋର ଭବିଷ୍ୟତର।  ସେ ଲେଖିଛନ୍ତି, ଗୋଟିଏ ବୟସ ବିତିଯାଏ ଘର ତିଆରି କରିବାରେ।

ଭଙ୍ଗାଯାଇଥିବା ଘରର କିଛି ଅଂଶର ଫଟୋକୁ ସେୟାର କରି କଙ୍ଗନା ଲେଖିଛନ୍ତି, ଏହାକୁ ଦେଖ କି କ’ଣ ଥିଲା କ’ଣ କରିଦେଲ ମୋ ଘରକୁ ? ଯାହା ଦିନେ ମନ୍ଦିର ଥିଲା ତାହାକୁ ଶ୍ମଶାନ କରିଦେଲ, ମୋ ସ୍ବପ୍ନକୁ କେମିତି ଭାଙ୍ଗିଲ ଦେଖ ? କଣ ଏହା ଦୁଷ୍କର୍ମ ନୁହେଁ ? ନିଜ ଟ୍ବିଟ ସହିତ ସେ କଂଗ୍ରେସ ପାର୍ଟିକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ