କଙ୍ଗନାଙ୍କ ଫିଲ୍ମ ‘ଧାକଡ’ ୧ ଅକ୍ଟୋବରରେ ରିଲିଜ ହେବ, ସାମ୍ନାକୁ ଆସିଲା ପୋଷ୍ଟର

https://zeenews.india.com/
ମୁମ୍ବାଇ ୧୮/୧: କଙ୍ଗନା ରାନାୱତଙ୍କ ଅଭିନୀତ ଥ୍ରିଲର ଫିଲ୍ମ ‘ଧାକଡ’ ସିନେମାଘରେ ୧ ଅକ୍ଟୋବରରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇଯାଇଛି । କଙ୍ଗନା ଫିଲ୍ମର ପୋଷ୍ଟର ସହିତ ଏନେଇ ଘୋଷଣା କରିଛନ୍ତି । ପୋଷ୍ଟରରେ କଙ୍ଗନା ହାତରେ ଖଣ୍ଡା ଓ ବ୍ୟାକଗ୍ରାଉଣ୍ଡରେ ଅନେକ ରକ୍ତ ଜୁଡୁବୁଡୁ ଶରୀର ଦେଖିବାକୁ ମିଳୁଛି । ପୋଷ୍ଟରରେ ସେ ବହୁତ ଭୟାନକ ନଜର ଆସୁଛନ୍ତି ।
କଙ୍ଗନା ପୋଷ୍ଟର ସେୟାର କରି ଲେଖିଛନ୍ତି କି ‘‘ଧାକଡ’ ଭାରତର ପ୍ରଥମ ମହିଳା ପ୍ରଧାନ ହାଇ ଓକଟାଇମ୍ ଜାସୁସି ଥ୍ରିଲର ଫିଲ୍ମ । ମୁଁ ଭାରତୀୟ ସିନେମା ପାଇଁ ଏକ ନୂଆ ଯୁଗର ଆରମ୍ଭ କରିବା ପାଇଁ ବହୁତ ଉତ୍ସାହିତ ଅଛି । ଏହି ଫିଲ୍ମ ଆକ୍ସନ ଓ ଏଣ୍ଟରଟେଣ୍ଟମେଣ୍ଟ ସହିତ ହଲିଡେ ୱିକେଣ୍ଡରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଛି ।’