PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରାଜଧାନୀରେ କଙ୍ଗାରୁ କୋର୍ଟ: ସେଓ ଦୁଇଟା ଖାଇଦେଲେ ବୋଲି ଲଣ୍ଡା କରିଦେଲେ ଦୋକାନୀ

ଭୁବନେଶ୍ୱର,୦୫/୧୨: ଭୋକର ଜ୍ୱାଳା ସମ୍ଭାଳି ପାରିଲେନି । ଦୁଇଟି ସେଓ ନେଇ ଖାଇଦେଲେ । ବାସ୍‌ କଥା ଏତିକି । ରାଗି ପଞ୍ଚମ ହୋଇଗଲେ ଫଳ ଦୋକାନୀ । ସର୍ବ ସମ୍ମୁଖରେ ବାନ୍ଧି ବ୍ଲେଡରେ ଲଣ୍ଡା କଲେ । ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ । ରାଜଧାନୀର ବ୍ୟସ୍ତବହୁଳ ଜନପଥ କଡ଼ରେ ଏଭଳି ଅମାନବୀୟ ଘଟଣା ଘଟିଲା ଦିନ ଦୁଇ ପ୍ରହରରେ ।

ଜଗତସିଂହପୁର ଅଞ୍ଚଳର କବୀନ୍ଦ୍ର (ଛଦ୍ମନାମ) ଜନପଥରେ ଥିବା ଏକ ଫଳ ଦୋକାନରେ କାମ କରୁଥିଲେ । କୌଣସି କାରଣରୁ ତାଙ୍କୁ ମାଲିକ ଚାକିରିରୁ ବାହାର କରି ଦେଇଥିଲେ । ଦୁଇ ଦିନ ଷ୍ଟେସନ ଓ ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ଭୋକ ଉପାସରେ ବୁଲିଲେ କବୀନ୍ଦ୍ର । ରାତିରେ ଆଉ ଭୋକ ସମ୍ଭାଳି ପାରିଲେନି । ଜନପଥ କଡ଼ରେ ଥିବା ଏକ ଫଳ ଦୋକାନରୁ ୨ଟା ସେଓ ଓ ଗୋଟିଏ ଡ୍ରାଏ ଫ୍ରୁଟ ପ୍ୟାକେଟ ଚୋରି କରି ଖାଇଦେଲେ ।

ତେବେ ଭୋକ ତ ମେଣ୍ଟିଗଲା । ହେଲେ ତା ପରର ନିର୍ଯାତନା ଭୋକ କଷ୍ଟଠୁ ବଳିଗଲା । ପରଦିନ ସକାଳୁ ଦୋକାନ ମାଲିକ ଜାଣିବା ପରେ ତାଙ୍କୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଘୋଷାରି ଘୋଷାରି ଆଣି ଦୋକାନ ନିକଟରେ ବାନ୍ଧି ପକାଇଥିଲେ । ବାସ୍‌ ତା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଆଖା ପାଖର କିିଛି ଯୁବକ ମିଶି ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ । ମାଡ଼ରେ ରାଗ ଶାନ୍ତ ହେଲାନି । ଶେଷରେ ତାଙ୍କୁ ଲଣ୍ଡା କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏଭଳି ଅମାନବୀୟ କାମ । ସମସ୍ତେ ଦେଖୁଥିଲେ । ମାତ୍ର କେହି ପ୍ରତିବାଦ କରିନଥିଲେ ।

ଗୋଟିଏ ପଟେ ରାଜଧାନୀରେ ଭୋକର ଏ ବିକଳ ଚିତ୍ର ସମସ୍ତଙ୍କୁ ଚକିତ କରିଥିଲାବେଳେ ଦୋକାନୀ ଜଣଙ୍କ କଙ୍ଗାରୁ କୋର୍ଟ ଭଳି ନିଜେ ଦଣ୍ଡ ବିଧାନ କରିବା ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି । ମାଲିକ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇ ପାରିଥାନ୍ତେ । କିନ୍ତୁ ଆଇନକୁ ହାତକୁ ନେଇ ସର୍ବସମ୍ମୁଖରେ ଜଣେ ଯୁବକଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି । ସେପଟେ ଫଳ ଦୋକାନ ମାଲିକ କହିଛନ୍ତି ତାଙ୍କ ଦୋକାନରୁ ଫଳ ଓ ଟଙ୍କା ଚୋରି କରିଥିବାରୁ ସେ ଅଭିଯୁକ୍ତ ଯୁବକଙ୍କୁ ଲଣ୍ଡା କରି ମାଡ଼ ମାରିଛନ୍ତି ।

ସମ୍ବନ୍ଧିତ ଖବର