PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ନୟାଗଡ଼ରେ କଙ୍ଗାରୁ କୋର୍ଟ: ଗ୍ରୁପ୍‌ ସଭ୍ୟାଙ୍କୁ ଘରେ ବସାଇବାରୁ ୫ହଜାର ଜରିମାନା ଦେଲେ ସ୍ତ୍ରୀ, ହଣ୍ଡା ମୁଣ୍ଡାଇ ଗାଁ’ବୁଲିଲେ ସ୍ବାମୀ, ଭିଡିଓ ଭାଇରାଲ

ନୟାଗଡ଼,୦୬/୦୮: ଦେଶ ସ୍ୱାଧୀନ ହେବାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ନୟାଗଡ଼ ଜିଲ୍ଲାର କେତେକ ଗ୍ରାମରେ କଙ୍ଗାରୁ କୋର୍ଟ ମାଧ୍ୟମରେ ଗରିବ ଲୋକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ଶୋଷଣ କରାଯାଉଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଡ଼ଗୋଠ ପଞ୍ଚାୟତ ବ୍ରଜସୁନ୍ଦରପୁର ଗ୍ରାମରେ ଏଭଳି ଅମାନବୀୟ ଘଟଣା ଘଟିଛି । ଗାଁରୁ ବାସନ୍ଦ ପରିବାରଙ୍କ ସହିତ କଥା ହେବା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନଙ୍କୁ ଘରେ ବସାଇବାରୁ ଏକ ଦିନମଜୁରିଆ ପରିବାରକୁ ୫ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ବଡ଼ ହଣ୍ଡା ମୁଣ୍ଡାଇ ଗାଁରେ ବୁଲିବାକୁ ପଡ଼ିଲା । ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚିଥିଲା । ହେଲେ ଏଭଳି କଙ୍ଗାରୁ ଆଦେଶ ଦେଇଥିବା ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଫେରି ଯାଇଥିଲା । ଏହି ଘଟଣାର ଭିଡିଓ ରେକର୍ଡିଂ ଭାଇରାଲ ହୋଇଥିବା ବେଳେ ଜିଲ୍ଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି ।

ଘଟଣା ଅନୁଯାୟୀ, ବ୍ରଜସୁନ୍ଦରପୁର ଗ୍ରାମରେ ୪୫ ପରିବାର ବାସ କରନ୍ତି । ୬ମାସ ତଳେ ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ସହିତ ଅନ୍ୟ ଏକ ପରିବାରର ସାମାନ୍ୟ ପାଟିତୁଣ୍ଡ ଲାଗିଥିଲା । ଏହି ଘଟଣା ଗ୍ରାମସଭାରେ ଆଲୋଚନା କରାଯାଇ ବ୍ରଜବନ୍ଧୁଙ୍କୁ ଅକଥନୀୟ ଦଣ୍ଡ ବିଧାନ କରାଯାଇଥିଲା । ତେବେ ଗ୍ରାମସଭାର ଏଭଳି ଦଣ୍ଡକୁ ଶ୍ରୀ ସାହୁ ଗ୍ରହଣ ନକରିବାରୁ ତାଙ୍କୁ ଗ୍ରାମରୁ ଏକଘରିକିଆ ହେବାକୁ ପଡ଼ିଥିଲା । ବ୍ରଜବନ୍ଧୁଙ୍କ ପତ୍ନୀ କବିତା ସାହୁ ମା’ତାରିଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅଛନ୍ତି । ଏହି ଗୋଷ୍ଠୀରେ ଗ୍ରାମର ୧୦ ଜଣ ମହିଳା ସଭ୍ୟା ରହିଛନ୍ତି । ତେବେ ଗ୍ରାମରୁ ଏକଘରିକିଆ ରହିଥିବା ବ୍ରଜବନ୍ଧୁଙ୍କ ଘରକୁ କେହି ଯିବେ ନାହିଁ କି କେହି ତାଙ୍କ ସହିତ କଥା ହେବେ ନାହିଁ ବୋଲି ଗ୍ରାମରେ ସଭା ବସି ନିଷ୍ପତ୍ତି ହୋଇଥିଲା । ଗ୍ରାମସଭାର ଏଭଳି କଡ଼ା ନିର୍ଦ୍ଦେଶକୁ ପାଳନ କଲେ ଗୋଷ୍ଠୀକୁ ମିଳିଥିବା ବ୍ୟାଙ୍କ ଋଣ ପରିଶୋଧ ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଗ୍ରୁପ୍‌ର ସଭ୍ୟା ଉର୍ମିଳା ସାହୁ ବ୍ରଜବନ୍ଧୁଙ୍କ ଘରକୁ ନଯାଇ ଗ୍ରାମର ଅନ୍ୟ ଜଣେ ସଭ୍ୟା ମାଟିଆଣି ଦାଶଙ୍କ ଘରେ ଗ୍ରୁପ୍‌ର ସଭା କରି ମାସିକ କିସ୍ତି ଟଙ୍କା ଆଦାୟ କରିବା ପରେ ସଭାନେତ୍ରୀ କବିତାଙ୍କ ଘରକୁ ଗତ ରବିବାର ଯାଇ ଆଦାୟ ଟଙ୍କା ଦେଇଥିଲେ ।

ଏହି ଘଟଣାକୁ ନେଇ ସୋମବାର ମଧ୍ୟାହ୍ନରେ ଗାଁ’ଦାଣ୍ଡରେ ଏକ ଗ୍ରାମସଭାହୋଇଥିଲା । ମାଟିଆଣି ଦାଶ କାହିଁକି ତା’ଘରେ ଗ୍ରୁପ୍‌ର ସଭା କରାଇଲା ସେଥିପାଇଁ ତାଙ୍କୁ ୫ହଜାର ଟଙ୍କା ଜରିମାନା କରାଯିବା ସହିତ ତାଙ୍କ ସ୍ୱାମୀ ଦୀନବନ୍ଧୁ ଦାଶଙ୍କୁ ଗ୍ରାମରେ ହଣ୍ଡା ମୁଣ୍ଡାଇ ବୁଲିବାକୁ ନିର୍ଦ୍ଦେଶ ଦିଆଗଲା । ଯଦି ଗ୍ରାମସଭାର ଦଣ୍ଡାଦେଶ ପାଳନ ନକରିବେ ତେବେ ଘର ସମ୍ମୁଖରେ କଣ୍ଟା ଛଟାଯିବ ଏବଂ ଦୁଆରେ ମଳତ୍ୟାଗ କରାଯିବ ବୋଲି ଧମକ ଦିଆଗଲା । ଏଭଳି ଅମାନୁଷିକ ଦଣ୍ଡ ପ୍ରଦାନ ନକରିବାକୁ ଦୀନବନ୍ଧୁ ହାତ ଯୋଡ଼ି ସଭାରେ କାକୁତିମିନତି ହୋଇଥିଲେ । ଏହା ସତ୍ତେ୍ୱ କେହି ତାଙ୍କ ଗୁହାରି ଶୁଣି ନଥିଲେ । ମୂଲ ଲାଗି ପରିବାର ଚଳାଉଥିବା ଦୀନବନ୍ଧୁ ଧାରକରଜ କରି ବହୁ କଷ୍ଟରେ ଅଢ଼େଇ ହଜାର ଟଙ୍କା ଯୋଗାଡ଼ କରି ସଭାରେ ପ୍ରଦାନ କରିଥିଲେ । ବାକି ଅଢ଼େଇ ହଜାର ଟଙ୍କା ପରେ ଦେବାକୁ ମହଲତ ମାଗିଥିଲେ । ସଭାରେ ହୋଇଥିବା ଦ୍ୱିତୀୟ ଦଣ୍ଡାଦେଶ ଅନୁଯାୟୀ ତାଙ୍କୁ ହଣ୍ଡା ମୁଣ୍ଡାଇ ଗାଁ’ରେ ବୁଲିବାକୁ ପଡ଼ିଥିଲା ।

ଏହି ଖବର ପାଇଁ ନୂଆଗାଁ ପୁଲିସ ପାଖରେ ପହଞ୍ଚିଥିଲା । ପୁଲିସ ବାବୁମାନେ ଗାଁକୁ ଗଲେ । ହେଲେ କଙ୍ଗାରୁ କୋର୍ଟର ତଥାକଥିତ ବିଚାରକମାନେ ସେମାନଙ୍କୁ ଏହି ଘଟଣା ଉପରେ ମିଛ କଥା କହି ବିଦା କରିଦେଇଥିଲେ । କୌଣସି ବ୍ୟକ୍ତି ବାହାରେ ଏହି ଘଟଣାକୁ ପ୍ରଘଟ କଲେ ଦୀନବନ୍ଧୁ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦିଆଯାଇଛି । ଏସବୁ ଘଟଣା ଦୀନବନ୍ଧୁଙ୍କ ଦୁଆରେ ଘଟୁଥିବାବେଳେ ଜଣେ ବ୍ୟକ୍ତି ନିଜ ମୋବାଇଲ ଦ୍ୱାରା ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଜିଲ୍ଲାବ୍ୟାପି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଏଭଳି କଙ୍ଗାରୁ କୋର୍ଟ ମାଧ୍ୟମରେ ଗରିବ ଖଟିଖିଆମାନଙ୍କୁ ଶୋଷଣ କରାଯିବା ସହ ଅମାନୁଷିକ ଦଣ୍ଡ ବିଧାନ କରାଯାଉଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।