ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ , କହ୍ନେୟା କୁମାର କହିଲେ …

ନୂଆଦିଲ୍ଲୀ – ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ମାଡ଼। ଶୁକ୍ରବାର ନିର୍ବାଚନ ପ୍ରଚାର ବେଳେ ତାଙ୍କ ଉପରକୁ ହୋଇଥିଲା ଆକ୍ରମଣ। ଫୁଲମାଳା ପିନ୍ଧାଇବା ବାହାନାରେ କିଛି ଲୋକ ତାଙ୍କ ଉପରେ କାଳି ଫିଙ୍ଗି ତାଙ୍କୁ ଚାପୁଡ଼ା ମାରି ଥିଲେ। ଏହି ଘଟଣା ପାଇଁ ସେ ଏହି ସିଟ୍‌ରୁ ବିଜେପି ପ୍ରାର୍ଥୀ ଥିବା ମନୋଜ ତିୱାରୀଙ୍କୁ ଦାୟୀ କରିଛନ୍ତି ଏବଂ କହିଛନ୍ତି କି ତାଙ୍କୁ ଡରାଇବା ପାଇଁ ମନୋଜ ତିୱାରୀ ତାଙ୍କ ସମର୍ଥକଙ୍କ ଦ୍ୱାରା ଏହି ହମଲା କରାଇଛନ୍ତି।  କହ୍ନେୟା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି , ଯେଉଁଥିରେ ହମଲା କରୁଥିବା ବ୍ୟକ୍ତି ମନୋଜ ତିୱାରୀଙ୍କର ଏକ ନିର୍ବାଚନୀ ସଭାରେ ବସିଥିବାର ନଜର ଆସୁଛି।

ବେକରେ ଫୁଲ ମାଳ ପିନ୍ଧାଇ କହ୍ନେୟା କୁମାରଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

ଉକ୍ତ ଭିଡ଼ିଓକୁ ପୋଷ୍ଟ କରି କହ୍ନେୟା କହିଛନ୍ତି , ସାଂସଦ ମହୋଦୟ , ଆପଣ ଯେତେ ବି ଗୁଣ୍ଡା ପଠାଇ ମୋ ଉପରେ ହମଲା କରାନ୍ତୁ, ମୁଁ ଡ଼ରିବା ଲୋକ ନୁହେଁ। ମୁଁ ଗାନ୍ଧୀଜୀ ଓ ବାବା ସାହେବ ଆମ୍ୱେଦକରଙ୍କୁ ବିଶ୍ୱାସ କରିବା ଲୋକ। ମୋ ଭିତରେ ସହିଦ ଭଗତ ସିଂହଙ୍କ ସାହାସ ଅଛି। ତୁମର ଡ଼ରାଇବାରେ ମୁଁ ରହିଯିବି ନାହିଁ।

ସୂଚନା ଯେ, କହ୍ନେୟା କୁମାରଙ୍କ ଉପରେ ହମଲା ନ୍ୟୁ ଉସ୍ମାନପୁର ଅଞ୍ଚଳରେ ଥିବା, ଆମ୍‌ ଆଦମୀ ପାର୍ଟି(ଆପ୍‌)ର କାର୍ଯ୍ୟାଳୟ ବାହାରେ ହୋଇଥିଲା। ଏହି ସମୟରେ କହ୍ନେୟା ସ୍ଥାନୀୟ କାଉନସିଲର ଛାୟା ଶର୍ମାଙ୍କ ସହ ପାର୍ଟି ବୈଠକରେ ଯୋଗ ଦେଇ ବାହାରକୁ ଆସୁଥିଲେ। ଛାୟା ଶର୍ମାଙ୍କ ପକ୍ଷରୁ କରାଯାଇ ଥିବା ଏକ ଅଭିଯୋଗ ମୁତାବିକ, କିଛି ଲୋକ ଆସିଲେ ଏବଂ କହ୍ନେୟା କୁମାରଙ୍କ ବେକରେ ଫୁଲମାଳା ପକାଇ ଦେଲେ। ମାଳା ପିନ୍ଧାଇବା ପରେ କିଛି ଲୋକ କହ୍ନେୟା କୁମାରଙ୍କ ଉପରେ କାଳି ଫିଙ୍ଗି ଥିଲେ। କହ୍ନେୟା କୁମାର ଓ ତାଙ୍କ ସହ ମାରପିଟି କରିବାକୁ ଚେଷ୍ଟା କରାଯାଇ ଥିଲା। ଯେବେ ଛାୟା ଶର୍ମା ମଝିରେ ରକ୍ଷା କରିବାକୁ ଚେଷ୍ଟା କଲେ ତ ସେମାନେ ତାଙ୍କ ସହ ମଧ୍ୟ ଦୁର୍ବ୍ୟବହାର କଲେ ଓ ଧମକ ଦେଲେ।  

ଅନ୍ୟପଟେ କହ୍ନେୟା ଏକ ବୟାନରେ ଅଭିଯୋଗ କରି ହମଲା ମନୋଜ ତିୱାରୀଙ୍କ ଆଦେଶରେ ହୋଇଥିବା କହିଛନ୍ତି। ସେ ଦାବି କରିଛନ୍ତି କି ବର୍ତ୍ତମାନର ସାଂସଦ ତିୱାରୀ ତାଙ୍କର ଲୋକପ୍ରିୟତା ବୃଦ୍ଧିକୁ ନେଇ ନିରାଶରେ ଅଛନ୍ତି ଏବଂ ଏଥିପାଇଁ ସେ ତାଙ୍କ ଉପରେ ହମଲା କରିବାକୁ ଗୁଣ୍ଡା ପଠାଇଛନ୍ତି। ସେ କହିଛନ୍ତି ଏହି ହିଂସାର ଜବାବ ଜନତା ୨୫ ମେ ରେ ଭୋଟ୍ ମାଧ୍ୟମରେ ଦେବେ। ରାଜଧାନୀ ଦିଲ୍ଲୀରେ ଲୋକସଭା ନିର୍ବାଚନ ୬ଷ୍ଠ ପର୍ଯ୍ୟାୟରେ ୨୫ ମେ ରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.