କହ୍ନେୟା କୁମାରଙ୍କ ଉପରେ ପୁଣି ଆକ୍ରମଣ, ସଭା ମଞ୍ଚ ଜାଳିଦେଲେ ବିରୋଧି

ପାଟନା, ୧୪|୦୨: ସିପିଆଇ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରସଂସଦ ସଭାପତି କହ୍ନେୟା କୁମାରଙ୍କୁ ପୁଣି ଥରେ ଆକ୍ରମଣ ହୋଇଛି। ସେ ସିଏଏ, ଏନଆରସି ଓ ଏନପିଆର ବିରୋଧରେ ବିହାର ଯାତ୍ରା କରୁଥିଲେ। ତେବେ ତାଙ୍କୁ ବିହାରର ଅନେକ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡିଛି। ପୁଣିଥରେ ତାଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି। ସେ ଆରାରେ ପହଁଚି ଏକ ସଭାକୁ ସମ୍ବୋଧିତ କରିଥାନ୍ତେ କିନ୍ତୁ ମଞ୍ଚ ସାମ୍ନାରେ ତାଙ୍କୁ ବିରୋଧ କରାଯାଇଥିଲା।

କହ୍ନେୟା ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ଜନ ଗଣ ମନ ଯାତ୍ରାର କାରକେଡ୍ ସଭା କରିବା ପାଇଁ ଆରା ପହଁଚିବ। କିନ୍ତୁ ଗଡସେ ପ୍ରେମୀ ଆରାରେ ହେବାକୁ ଥିବା ସଭାର ମଞ୍ଚ ଜାଳିଦେଇଛନ୍ତି। କିନ୍ତୁ ସେ ନିଷ୍ଚୟ ଯିବେ ବୋଲି କହିଛନ୍ତି।

ପୂର୍ବରୁ କହ୍ନେୟାଙ୍କ ଉପରେ ଅନେକ ଥର ଆକ୍ରମଣ ହୋଇସାରିଛି। ପୂର୍ବରୁ ୭ ଥର ଆକ୍ରମଣ ହୋଇଛି। ଆଜିକୁ ସାମିଲ କରାଗଲେ ଏହା ୮ଥର ହୋଇଯିବ। ମଙ୍ଗଳବାର ଦିନ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏଥିରେ କଂଗ୍ରେସର ଜଣେ ନେତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା