ନିର୍ବାଚନ ଖବର
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

କନ୍ନଡ଼ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ପରଲୋକ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

ହାଇଦ୍ରାବାଦ ୧୩/୦୫: ଲୋକପ୍ରିୟ କନ୍ନଡ଼ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ରବିବାର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି । ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳୋତ୍ତମା ଚରିତ୍ରରେ ଅଭିନୟ କରି ପବିତ୍ରା ବେଶ୍‌ ସଫଳତା ସାଉଁଟିଥିଲେ । ତାଙ୍କ ଅକାଳ ବିୟୋଗରେ ଉଭୟ କନ୍ନଡ଼ ଓ ତେଲୁଗୁ ଟିଭି ତଥା ଚଳଚ୍ଚିତ୍ର ଶିଳ୍ପରେ ଶୋକର ଛାୟା ଖେଳିଯାଇଛି । 

ଖବର ମୁତାବକ ପବିତ୍ରା ରବିବାର କାର୍‌ ଯୋଗେ ତେଲଙ୍ଗାନାରୁ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ଅନ୍ତର୍ଗତ ହନାକେରେ ଅଭିମୁଖେ ଆସୁଥିଲେ । କାର୍‌ରେ ପବିତ୍ରାଙ୍କ ଦାଦାଝିଅ ଭଉଣୀ ଅପେକ୍ଷା, ଚାଳକ ଶ୍ରୀକାନ୍ତ ଓ ଅଭିନେତା ଚନ୍ଦ୍ରକାନ୍ତ ଥିଲେ । ତେବେ କାର୍‌ଟି ମେହବୁବ ନଗର ନିକଟ ଦେଇ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାର୍‌ଟି ଯାଇ ଡିଭାଇଡର୍‌ରେ ପିଟି ହୋଇଥିଲା । ଏହି ସମୟରେ ହାଇଦ୍ରାବାଦ ପଟୁ ଆସୁଥିବା ଏକ ବସ୍‌ କାର୍‌କୁ ଜୋରରେ ଧକ୍କା ଦେଇଥିଲା । 

ଦୁର୍ଘଟଣାରେ ପବିତ୍ରା ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା। । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପବିତ୍ରାଙ୍କ ପରଲୋକ ଖବର କନ୍ନଡ଼ ଟିଭି ଧାରାବାହିକ ଶିଳ୍ପର ତମାମ କଳାକାରଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ଫ୍ୟାନ୍‌ମାନେ ସୋସିଆଲ୍‌ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.