PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବିକରୁ କାଣ୍ଡ : ବିକାଶ ଦୁବେଙ୍କ ପତ୍ନୀଙ୍କ ନାଁରେ ଥିବା ଏଫ୍ଆଇଆର ଖାରଜ ହେବ ନାହିଁ , ଗୋଟିଏ ସପ୍ତାହ ଭିତରେ ସରେଣ୍ଡର କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ – ୟୁପିର ଚର୍ଚ୍ଚିତ ବିକରୁ କାଣ୍ଡରେ ଏନକାଉଣ୍ଟରରେ ମୃତ୍ୟୁ ହୋଇ ଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପତ୍ନୀ ରିଚା ଦୁବେଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳି ନାହିଁ । ରିଚା ନିଜ ଉପରେ ହୋଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରେଇବା ଦାବିରେ ପିଟିସନ ଦାଖଲ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।  ଏହାସହ ହିଁ କୋର୍ଟ ରିଚା ଦୁବେଙ୍କୁ ଏକ ସପ୍ତାହରେ ସରେଣ୍ଡର କରିବାକୁ ମଧ୍ୟ କହିଛନ୍ତି । କୋର୍ଟ କହିଛନ୍ତି କି ସରେଣ୍ଡର ପରେ ଯଦି ରିଚା ଜାମିନ୍‌ ଆବେଦନ କରନ୍ତି ତ ଏହା ଉପରେ ଆଇନ୍‌ ଅନୁସାରେ ଶୁଣାଣି ହେବ ।

ରିଚା ଦୁବେଙ୍କର ପିଟିସନ ଖାରଜ କରି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ କି ମାମଲାରେ ଯେବେ ଚାର୍ଜସିଟ୍‌ ଦାଖଲ ହୋଇ ସାରିଛି , ତ ପୁଣି ଏଫ୍‌ଆଇଆର୍‌ ରଦ୍ଦ କରିବାର ଦାବି କେମିତି କରାଯାଇ ପାରିବ ? ସେପଟେ ରିଚାଙ୍କ ପକ୍ଷରୁ ଥିବା ଓକିଲ ସଲମାନ ଖୁର୍ଶିଦ କହିଛନ୍ତି କି ସେ ହାଇକୋର୍ଟରେ ଜାମିନ୍ ଆବେଦନ ଦାଖଲ କରିଛନ୍ତି ।

ରିଚା ନିଜ ବିରୋଧରେ ଠକାମୀ ହୋଇଥିବାର ଏଫ୍‌ଆଇଆର ରଦ୍ଦ କରେଇବାକୁ ଦାବି କରିଥିଲେ । ଏହା ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟ ଧାରା ୪୧୯ ଓ ୪୨୦ ଅନୁସାରେ ରୁଜୁ ମାମଲାରେ ଏଫ୍‌ଆଇଆର ରଦ୍ଦ କରିବାକୁ ମନା କରିଦେଇଥିଲେ । ରିଚା ହାଇକୋର୍ଟଙ୍କର ଏହି ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ।

ରିଚାଙ୍କ ଉପରେ କିଛି ନଜଣାଇ ସର୍ଭାଣ୍ଟର ସିମ୍‌କାର୍ଡ  ବ୍ୟବହାର କରିବାର ଅଭିଯୋଗ ଅଛି । ରିଚା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପତ୍ନୀ । ବିକାଶ  ଜୁଲାଇ ୨୦୨୦ରେ ନିଜର ସାଥିଙ୍କ ସହ ମିଶି ୮ ପୁଲିସ୍‌କର୍ମୀଙ୍କୁ ହତ୍ୟା କରିଦେଇ ଥିଲେ । ଏହାପରେ ଦୁବେ ଓ ତାଙ୍କର ୫ଜଣ ସାଥିଙ୍କୁ ଅଲଗା ଅଲଗା ଏନକାଉଣ୍ଟରରେ ମାରିଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର