ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବରଗଡ଼ ଧନୁଯାତ୍ରାରେ କଂସ ସମେତ ତିନି ମୁଖ୍ୟ ଭୂମିକା ପାଇଁ ହେବ କଳାକାର ଚୟନ

ବରଗଡ଼ ୫/୧୧: ବରଗଡ଼ ଧନୁଯାତ୍ରା ପାଇଁ କଂସ ଭୂମିକା ସମେତ ଅନ୍ୟାନ୍ୟ ତିନି ମୁଖ୍ୟ ଭୂମିକା ପାଇଁ କଳାକାର ଚୟନ କରାଯିବାକୁ କଳାକାର ସମନ୍ୱୟ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏନେଇ କଳାକାର ସମନ୍ୱୟ ସମିତି ଆବାହକ ଏଡିଏମ୍‌ ମିର୍ଦ୍ଧା ଟୁଡ଼ୁଙ୍କ ସଭାପତିତ୍ୱରେ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଆଗାମୀ ଧନୁଯାତ୍ରା ପାଇଁ ମହାନାୟକ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସମେତ ଦୁଇ ମହାମନ୍ତ୍ରୀ ଓ ସେନାପତି ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ନୂତନ କଳାକାର ଚୟନ ନିଷ୍ପତ୍ତି ନିଆଯାଇଛି ।

ଯାତ୍ରାକୁ ଆଉ ମାତ୍ର ଅଳ୍ପ ସମୟ ଥିବାରୁ ଏଥିପାଇଁ ବିଳମ୍ବ ନକରି ତୁରନ୍ତ ଚୟନ ପ୍ରକ୍ରିୟାକୁ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଆଗାମୀ ୨୫ ନଭେମ୍ବର ମଧ୍ୟରେ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ଏକମତ ପ୍ରକାଶ ପାଇଛି । ଆଶାୟୀ କଳାକାରମାନେ ଏଥିପାଇଁ ଆସନ୍ତା ୧୬ ତାରିଖ ମଧ୍ୟରେ କଂସ ସମେତ ବିଭିନ୍ନ ଭୂମିକା ପାଇଁ ଆବେଦନ କରିବାକୁ ଥିବା ସମୟରେ ୨୦ରୁ ୨୫ ତାରିଖ ମଧ୍ୟରେ ଚୟନ ପ୍ରକ୍ରିୟାର ପରିସମାପ୍ତି କରାଯାଇ କଳାକାର ଚୂଡ଼ାନ୍ତ କରାଯିବ ବୋଲି ଏଡିଏମ୍‌ ଶ୍ରୀ ଟୁଡ଼ୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.