ଡୁଙ୍ଗୁରିପାଲିରେ କନ୍ୟାଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ: ୧୪ ଆହତ, ୪ ଗୁରୁତର…

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପିପିଲିପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି I ଏକ ୪୦୭ ଗାଡିରେ ଝିଅ ଛାଡିବାକୁ ଆସି ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିବା ବେଳେ ୧୦ ରୁ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନା ଅନ୍ତର୍ଗତ ସାନଟୀକା ଗାଁ ରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲକୁ ଆସିଥିଲେ । ଫେରିବା ବେଳେ ପିପିଲିପାଲି ଛକ ଠାରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି ।