କପିଲ ଦେବ ଓ ଆଜାହରୁଦ୍ଦିନଙ୍କ ଦାବି, ଅଣ୍ଡର-୧୯ ଖେଳାଳିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉ ବିସିସିଆଇ

ନୂଆଦିଲ୍ଲୀ, ୧୩|୦୨ :ଭାରତୀୟ ଦଳର ୨ଜଣ ପୂର୍ବତନ ଅଧିନାୟକ କପିଲ ଦେବ ଓ ମହମ୍ମଦ ଆଜାହରୁଦ୍ଦିନ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ଫାଇନାଲରେ ଭାରତୀୟ ଖେଳାଳି ଓ ବାଂଲାଦେଶୀ ଖେଳାଳି ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଭାରତ ଡକଓ୍ୱର୍ଥ ଲୁଇସ୍ ନିୟମାନୁସାରେ ୩ ଓ୍ୱିକେଟରେ ପରାସ୍ତ ହୋଇଥିଲା। ଏହାପରେ ଉଭୟ ଦେଶର ଖେଳାଳି ପଡିଆରେ ଯୁକ୍ତିତର୍କ ଲାଗିଥିଲେ।

କପିଲ ଦେବ କହିଛନ୍ତି ୟେ, ବିସିସିଆଇ ସେହି ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। କ୍ରିକେଟର ଅର୍ଥ ବିପକ୍ଷ ଦଳର ଖେଲାଳିଙ୍କୁ ଗାଳି ଦେବା ନୁହେଁ। ବିସିସିଆଇ ନିକଟରେ ଯୁବ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନେକ ସୁଯୋଗ ରହିଛି। ଆକ୍ରମମାତ୍ମକ ଆଭିମୁଖ୍ୟକୁ ସେ ସ୍ୱାଗତ କରନ୍ତି, ଏଥିରେ କିଛି ଭୁଲ ନାହିଁ। କିନ୍ତୁ ସର୍ବଦା ନିୟନ୍ତ୍ରଣ ମଧ୍ୟରେ ରହିବା ଜରୁରୀ। ଯୁବ ଖେଲାଳି ଏପରି ଭାବେ ବ୍ୟବହାର ପ୍ରଦର୍ଶନ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଆଇସିସି ୩ଜଣ ବାଂଲାଦେଶୀ ଓ ୨ ଭାରତୀୟ ଖେଳାଳିଙ୍କୁ ନିଲମ୍ବନ କରିଛି। ବାଂଲାଦେଶର ତୈହିଦୀ ହୃଦୟ, ରକିବୁଲ ହସନ ଓ ଭାରତର ଆକାଶ ସିଂ, ରବି ବିଶ୍ରାଇଙ୍କୁ ମଧ୍ୟ ଦଣ୍ଡ ମିଳିଛି।

ଆଜାହରୁଦ୍ଦିନ ମଧ୍ୟ କପିଲଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ସେ ଯୁବ ଖେଳାଳିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଚାହିଁବା ସହ ସପୋର୍ଟ ଷ୍ଟାଫଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ