PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ
  • ||
  • ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ
  • ||
  • କଟକ:ଗ୍ୟାଙ୍ଗଷ୍ଟାର ହାଇଦର କରୋନା ପଜିଟିଭ
  • ||
  • ଓଡ଼ିଶା: ଆଜିଠୁ ନାଇଟ୍‌ କର୍ଫ୍ୟୁ, ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଶନି-ରବି ସଟ୍‌ଡାଉନ
  • ||

କପିଲ ଶର୍ମା ମଦ ଛାଡ଼ିବାକୁ ନେଲେ ନିଷ୍ପତ୍ତି, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ନୂଆଦିଲ୍ଲୀ,୨୧।୨: ଚଣ୍ଡୀଗଡ଼ରେ ହୋଇଥିବା ‘ତମ୍ବାକୁ ମୁକ୍ତ ଅଭିଯାନ’ରେ କମେଡିଆନ୍ ଅଭିନେତା କପିଲ ଶର୍ମା ଯୋଗ ଦେବାକୁ ଯାଇଥିଲେ। ଏହି ଅଭିଯାନରେ ବହୁ ବଲିଉଡ୍ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ। ଅଭିଯାନରେ କପିଲ ଶର୍ମା ସବୁ ଲୋକଙ୍କୁ କିଛି କରି ଦେଖାଇବା ସହ ଏମିତି କିଛି କହିଥିଲେ ଯେ, ଯାହାକୁ ଶୁଣିଲେ ଆପଣ ବି ଚକିତ ହୋଇଯିବେ।

ମଦ କ’ଣ ? ମଦକୁ କେମିତି ଛାଡ଼ିବେ, ଏହି ସମ୍ପର୍କରେ କପିଲ ଅଭିଯାନରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କୁ ବୁଝାଇଥିଲେ। ଗତ କିଛି ବର୍ଷ ହେଲାଣି ବିବାଦ ଭିତରେ ଛନ୍ଦି ହୋଇ ରହିଥିବା କପିଲ ପ୍ରାୟ ସବୁବେଳେ ମଦ ପାନ କରୁଥିଲେ। କପିଲ ନିଜର କାହାଣୀକୁ ଲୋକଙ୍କ ସମ୍ମୁଖରେ କହିବା ଭିତରେ ନିଜେ ବହୁତ ଦୁଃଖ ପ୍ରକାଶ କରିଥିଲେ।

କପିଲଙ୍କ କହିବାନୁସାରେ, ଯେତେବେଳେ ସେ ମଦ ପାନ କରୁଥିଲେ ସେତେବେଳେ ଘରର ସଦସ୍ୟ ତଥା ବାପା ମାଙ୍କ ବହୁତ ରାଗୁ ଥିଲେ। ଫଳରେ ଅଧିକ ସମୟ ଧରି କପିଲ ବିଷାଦଗ୍ରସ୍ତ ହୋଇ ରହୁଥିଲେ। ତାଙ୍କ ପାଇଁ ତାଙ୍କ ମା ବାପା ଚିନ୍ତାରେ ଭାଙ୍ଗିପଡ଼ିବାର ଦୃଶ୍ୟକୁ ମଧ୍ୟ ସେ ଦେଖିଛନ୍ତି। ସବୁବେଳେ ଚିନ୍ତାରେ ରହୁଥିବା କପିଲ ଏବେ କହିଛନ୍ତି କି, ନିଜ ପରିବାର ଲୋକଙ୍କୁ ଆଉ କଷ୍ଟ ଦେବାକୁ ସେ ଚାହୁଁ ନାହିଁନ୍ତି। ସେ ନିଷ୍ପତ୍ତି ନେଇସାରିଛନ୍ତି କି, ସେ ଏହି ବଦଭ୍ୟାସ ଛାଡ଼ିଦେବେ ବୋଲି। ଆଉ ମଦ ପାନ କରିବେ ନାହିଁ ବୋଲି କପିଲ ନିଜ ମୁହଁରେ ସ୍ବିକାର କରିଛନ୍ତି। ଏଥିସହିତ ଅନ୍ୟ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ପାଇଁ ଟ୍ବିଟ୍ କରି ସମସ୍ତଙ୍କୁ ଆବେଦନ କରିଛନ୍ତି।  

ଉକ୍ତ ଅଭିଯାନରେ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ରାପର ବାଦଶାହା ମଧ୍ୟ ସାମିଲ ଥିଲେ। ବଲିଉଡ୍ ବ୍ୟତୀତ ଅନ୍ତର୍ଜାତୀୟସ୍ତରର ଅଭିନେତା ଓ ଅଭିନେତ୍ରୀ ସାମିଲ ରହିଥିଲେ।

ସମ୍ବନ୍ଧିତ ଖବର