PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଅଭିନେତା କରନ ମେହେରାଙ୍କୁ ଗିରଫ କଲା ପୋଲିସ, ପତ୍ନୀ ଆଣିଥିଲେ ସଙ୍ଗିନ ଅଭିଯୋଗ

ମୁମ୍ବାଇ ୧।୬: ଅନେକ ଟିଭି ସିରିଏଲ୍‌ରେ କାମ କରି ସାରିଥିବା ଅଭିନେତା କରନ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। କରନ ମେହେରାଙ୍କ ବିରୋଧରେ ଗତକାଲି ରାତିରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ ଅଭିଯୋଗ ଆଣିଥିଲେ। କରଣ ମେହେରା ଏବଂ ନିଶା ରାୱଲଙ୍କ ଦାମ୍ପତ୍ୟ ଜୀବନ ଠିକଠାକ ଚାଲିନଥିଲା। ବିବାଦ ବଢ଼ିବା ପରେ ନିଶା ରାୱଲ କରଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

ତେବେ କରନ ଏଭଳି ଖବରକୁ କେବଳ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ। ଏଭଳି ରିପୋର୍ଟ କେଉଁଠୁ ଆସୁଛି ତାହା ସେ ଜାଣିନାହାନ୍ତି। କରନ ଏବଂ ନିଶାଙ୍କ ମଧ୍ୟରେ ପ୍ରକୃତରେ କ’ଣ ଘଟିଛି ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇ ନାହିଁ।

ମୁମ୍ବାଇ ପୋଲିସ କହିବାନୁସାରେ, ନିଶା ରାୱଲ ମେ ୩୧ ସୋମବାର ରାତିରେ ଗୋରେଗାଓଁ ଅଞ୍ଚଳରେ କରଣଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ନିଶା ରାୱଲ କରଣ ମେହେରାଙ୍କ ବିରୋଧରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ଏକ ମାମଲା ରୁଜୁ ହୋଇ କରଣ ମେହେରାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ପରେ ପୋଲିସ କରଣ ମେହେରାଙ୍କୁ ଜାମିନରେ ଛାଡି ଦେଇଥିଲା।

କରନ ୨୪ ନଭେମ୍ବର ୨୦୧୨ ରେ ଅଭିନେତ୍ରୀ ନିଶାଙ୍କୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ୬ ବର୍ଷ ଧରି ଡେଟ କରିଥିଲେ। ୨୦୧୭ ରେ ସେମାନଙ୍କର ଏକ ପୁଅ ହୋଇଥିଲା । କରନ ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ୟେ ରିସ୍ତା କ୍ୟା କହଲାତା ହୈ’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଚରିତ୍ରର ନାମ ଥିଲା ନୈତିକ ସିଙ୍ଘାନିଆ । ଏହା ପରେ ସେ ‘ନଚ୍ ବଲିୟେ ୫’, ‘ନଚ୍ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ’ ଏବଂ ‘ବିଗ୍ ବସ୍ ୧୦’ ରେ ଭାଗ ନେଇଥିଲେ ।