କରଣ ଜୋହରଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ବଢିଲା ଅଡୁଆ

ମୁମ୍ବାଇ : ଫିଲ୍ମ ନିର୍ମାତା କରନ ଜୋହର ଓ ଅନ୍ୟ  ପ୍ରମୁଖ କଳାକାରଙ୍କ ପାଇଁ ଏବେ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀର ପୂର୍ବତନ ବିଧାୟକ ମନ୍‌ଜିନ୍ଦର ସିଂହ ସିର୍‌ସା ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)ରେ ଅଭିଯୋଗ ଦାୟର କରିଛନ୍ତି । ସେଥିରେ ସେ ୨୦୧୯ରେ କରନ ଜୋହରଙ୍କ ପକ୍ଷରୁ ଆୟୋଜିତ ତଥାକଥିତ ଡ୍ରଗ୍ସ ପାର୍ଟିର ତଦନ୍ତ କରିବାକୁ ଦାବି କରିଛନ୍ତି । ଏଥିସହ ଉକ୍ତ ପାର୍ଟିର ଭିଡିଓ କପି ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅଭିଯୋଗକୁ ଏନ୍‌ସିବିର ମହାନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନିକଟକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ ଏନ୍‌ସିବିର ମୁମ୍ବାଇ ଜୋନ୍‌କୁ ଘଟଣାର ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଦି ଉକ୍ତ ଭିଡିଓ ସତ ବୋଲି ଜଣାପଡିବ ତେବେ ଏନ୍‌ସିବି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବ । ସିର୍‌ସା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ଅଗଷ୍ଟ ୧ ତାରିଖରେ ଏହି ଡ୍ରଗ୍ସ ପାର୍ଟି ଆୟୋଜିତ ହୋଇଥିଲା । ଏହି ପାର୍ଟିରେ ଦୀପିକା ପାଦୁକୋନ, ସାହିଦ କପୁର, ମୀରା ରାଜପୁତ କପୁର, ରଣବୀର କପୁର, ଅର୍ଜୁନ କପୁର, ମଲାଇକା ଆରୋରା, ଜୋୟା ଅଖତର, ଭିକି କୌଶଲ, ବରୁଣ ଧାୱନ, ନତାଶା ଦଲାଲ, ଆୟନ ମୁଖାର୍ଜୀଙ୍କ ସମେତ ବହୁ କଳାକାର ସାମିଲ ହୋଇଥିଲେ । ସେ ମୁମ୍ବାଇ ପୁଲିସରେ ଗତବର୍ଷ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ସହ ଭିଡିଓ କପି ମଧ୍ୟ ଦାଖଲ କରିଥିଲେ । କିନ୍ତୁ ପୁଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ । ବଲିଉଡ କଳାକାରଙ୍କ ସହ ପୁଲିସର ଲିଙ୍କ୍‌ ରହିଛି କିମ୍ବା ବଲିଉଡରେ ଡ୍ରଗ୍ସ କାରବାର କିଛି ନୂଆ କଥା ନୁହେଁ ବୋଲି ପୁଲିସ ଭଲ ଭାବେ ଜାଣିଥିବା ବିଷୟ ସିର୍‌ସା ଅଭିଯୋଗରେ ଦର୍ଶାଇଛନ୍ତି ।

ସେପଟେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ପକ୍ଷରୁ ମୁମ୍ବାଇ ଓ ଥାନାରେ ଚଢ଼ାଉ କରାଯାଇ୫ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି । ପୂର୍ବରୁ ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ଗିରଫ ଅଙ୍କୁଶ ଆରେଞ୍ଜାଙ୍କ ସୂଚନାକୁ ଭିତ୍ତିକରି ଏହି ଚଢ଼ାଉ କରାଯାଇଥିଲା । ପ୍ରଥମେ ଭର୍ସୋବା ଅଞ୍ଚଳରେ ଚଢ଼ାଉ କରି ରାହିଲ ବିଶ୍ରମ ଓରଫ ସାମ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ରାହିଲ ଆରେଞ୍ଜାଙ୍କୁ ହାସିସ୍‌ ଯୋଗାଉଥିଲା । ତେଣୁ ତାଙ୍କ ନିକଟରୁ ୯୨୮ ଗ୍ରାମ ଉନ୍ନତମାନର ଚରସ୍‌ (ମଲାନା କ୍ରୀମ୍‌) ଓ ୪.୩୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ବଲିଉଡରେ ତାଙ୍କର ପ୍ରତକ୍ଷ୍ୟ ଲିଙ୍କ ରହିଛି । ତାଙ୍କର ଜଣେ ବସ୍‌ଙ୍କୁ ଏନ୍‌ସିବି ଖୋଜୁଛି । ତାଙ୍କ ବୟାନ ଆଧାରରେ ରୋହନ ତଲୱାର, ନଙ୍ଗଥୁଙ୍ଗ ଓ ବିଶାଲ ସାଲ୍‌ଭେ ନାମକ ଅନ୍ୟ ୩ ଯୁବକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମଧ୍ୟ କିଛି ନିଶାଦ୍ରବ୍ୟ ଜବତ କରାଯାଇଥିବା ଏନ୍‌ସିବିର ଉପନିର୍ଦ୍ଦେଶକ କେପିଏସ୍‌ ମାଲହୋତ୍ରା କହିଛନ୍ତି ।

   ସମ୍ବନ୍ଧିତ ଖବର


ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ