କରୀନାଙ୍କ କୋଳରେ ବେବି ବୟ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍

ମୁମ୍ବାଇ ୨୩।୨ : ବଲିଉଡ ଅଭିନେତ୍ରୀ କରୀନା କୁପର ଖାନ୍ ଫେବ୍ରୁଆରୀ ୨୧ରେ ଦ୍ବିତୀୟ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କରୀନା ତାଙ୍କ ପୁଅଙ୍କ ସହ ଘରେ ଅଛନ୍ତି। କରୀନା କପୁର ଗର୍ଭବତୀ ସମୟରେ ଖୁବ୍ ଚର୍ଚ୍ଚାରେ ଥିଲେ। ଏବେ ତାଙ୍କ ଘରକୁ ନୂଆ ଅତିଥି ଆସି ସାରିବା ପରେ ଚର୍ଚ୍ଚା ଦୁଇ ଗୁଣା ବଢ଼ି ଯାଇଛି। କରୀନାଙ୍କ ପୁଅର ଜନ୍ମ ଶନିବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୋଇଥିଲା। ଏବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିସାରିଛି।

ଫେବ୍ରୁଆରୀ ୨୩ ତାରିଖରେ କରୀନା ତାଙ୍କ ସ୍ବାମୀ ସୈଫ୍ ଏବଂ ତୈମୁରଙ୍କ ସହ ନିଜ ଗାଡ଼ିରେ ହସ୍ପିଟାଲରୁ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ତେବେ କରୀନାଙ୍କ କୋଳରେ କୁନି ସନ୍ତାନକୁ ଧରିବାର ନଜର ଆସିଥିଲେ। ଫଟୋରେ ଆପଣ ମଧ୍ୟ କୁନି ସନ୍ତାନର ମୁଣ୍ଡ ଦେଖିପାରିବେ। ତେବେ ମାଆ ଓ ଶିଶୁ ସୁସ୍ଥ ଥିବା କଥା ସୈଫ୍ କହିଛନ୍ତି।