ହାରିଲା କରୋନା, ଜିତିଲେ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ : ହସ୍ପିଟାଲରୁ ଡିସଚାର୍ଜ ହୋଇ କହିଲେ ଏଭଳି କଥା…

ମୁମ୍ୱାଇ ୧୮।୪ : ବଲିଉଡର ପ୍ରଖ୍ୟାତ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ କରୋନା ଭାଇରସକୁ ପରାସ୍ତ କରି ଏହି ଯୁଦ୍ଧରେ ଜିତିଛନ୍ତି। ଗତ ୮ ତାରିଖରେ କରିମଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ କରିମଙ୍କ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ରଖାଯାଇଥିଲା। ଏବେ ତାଙ୍କ ରିପୋର୍ଟଟି କରୋନା ନେଗେଟିଭ୍ ଥିବା ଜଣାପଡିଛି। ଲଗାତାର ଦୁଇଥର କରୋନା ପରୀକ୍ଷା ନେଗେଟିଭ୍ ଆସିବା ପରେ କରିମ ମୋରାନୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। କରିମଙ୍କ ପୂର୍ବରୁ ତାଙ୍କର ଦୁଇ ଝିଅ ଜୋୟା ଓ ଶାଜାଙ୍କ କରୋନା ଟେଷ୍ଟରେ ପଜିଟିଭ୍ ରିପୋର୍ଟ ଆସିଥିଲା। ସେମାନେ ମଧ୍ୟ ଠିକ୍ ହେବା ପରେ ତାଙ୍କୁ ମଧ୍ୟ ଘରକୁ ଆଣାଯାଇଛି।

ଡାକ୍ତରଖାନାରୁ ଡିସଚାର୍ଜ ହେବା ମାତ୍ରେ କରିମ ମୋରାନୀ ପିଟିଆଇ ସହ ବାର୍ତ୍ତାଳାପରେ କହିଛନ୍ତି, ‘ଭଗବାନଙ୍କ କୃପା ଏବଂ ଦୟା ସହିତ ମୁଁ ମୋର ବନ୍ଧୁ ଏବଂ ପରିବାରବର୍ଗଙ୍କ ପାଇଁ ଘରକୁ ଫେରି ଆସିଛି, କାରଣ ମୋର କରୋନା ପରୀକ୍ଷା ଦୁଇଥର ନେଗେଟିଭ୍ ଆସିଛି। ମୁଁ ନାନାବତୀ ଡାକ୍ତରଖାନାରେ ଥିବାବେଳେ ସ୍ୱାସ୍ଥ୍ୟ କର୍ମୀମାନେ ଭଲ ଦେଖାଶୁଣା କରୁଥିଲେ।

ଆଗାମୀ ୧୪ ଦିନ ପାଇଁ, ସେ ବର୍ତ୍ତମାନ ନିଜକୁ ଅଲଗା କରି ରଖିବେ। କରିମ କହିଛନ୍ତି, ‘ମୁଁ କେବଳ ୧୪ ଦିନ ମୋ ରୁମରେ ଏକୁଟିଆ ରହିବି। ଘରକୁ ଫେରିବା ପରେ ଏକ ବଡ଼ ଆରାମ ମିଳିଥାଏ । ଆପଣଙ୍କର ପ୍ରାର୍ଥନା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।  ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ସମସ୍ତେ ସୁରକ୍ଷିତ ରୁହନ୍ତୁ ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି