ବ୍ଲାକମେଲ୍ କରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ, ବିରୋଧ କରିବାରୁ ଭିଡିଓ କରିଦେଲା ଭାଇରାଲ

ଘରୌଣ୍ଡା ୨୩/୪: ମହିଳାଙ୍କୁ ତାନ୍ତ୍ରିକ ଜାଲରେ ଫସାଇଦେଲା ମୁଣ୍ଡବିନ୍ଧା । ଲଗାତାର ମୁଣ୍ଡ ବିନ୍ଧୁ ଥିବାରୁ ଜଣେ ମହିଳା ତାନ୍ତ୍ରିକ ପାଖକୁ ଚିକିତ୍ସା ପାଇଁ ଗଲେ । ତାନ୍ତ୍ରିକ କହିଲା ଯେ ସେ ମୁଣ୍ଡବିନ୍ଧା ଠିକ୍ କରିଦେବ । ଦିନେ ତାନ୍ତ୍ରିକ କିଛି ନିଶା ପଦାର୍ଥ ପିଆଇ ମହିଳାଙ୍କୁ ଦୁଷ୍କର୍ମ କଲା । ଏହା ପରେ ମହିଳାଙ୍କୁ ବ୍ଲାକମେଲ୍ କରି ଲଗାତାର ଦୁଷ୍କର୍ମ କରିବାକୁ ଲାଗିଲା ତାନ୍ତ୍ରିକ । ଦିନେ ମହିଳା ବିରୋଧ କରିବାରୁ ତାନ୍ତ୍ରିକ ତାଙ୍କ ଅଶ୍ଲୀଳ ଭିଡିଓକୁ ସୋସିଆଲ ମିଡିଆରେ କରିଦେଲା ଭାଇରାଲ ।

ଏଭଳି ଘଟଣା ଘଟିଛି ହରିୟାଣାର ବରସତ ଗାଁରେ । ମହିଳା ଜଣକ କହିଛନ୍ତି ଯେ କିଛି ମାସ ହେବ ତାଙ୍କ ମୁଣ୍ଡରେ ପ୍ରବଳ ୟନ୍ତ୍ରଣା ହେଉଥିଲା । ସେ ଡାକ୍ତରଙ୍କ ପାଖକୁ ମେଡିସିନ୍ ଆଣିବା ପାଇଁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଜଣେ ତାନ୍ତ୍ରିକ ଭେଟହେଲା । ତାନ୍ତ୍ରିକ କହିଲା ଯେ ଝଡାଫୁଙ୍କା କରି ସେ ମୁଣ୍ଡବିନ୍ଧା ଠିକ୍ କରିଦେବ । ଏହା ପରେ ମହିଳା ଘରକୁ ଚାଲିଯାଇଥିଲେ ।

ପରେ ସେ ତାନ୍ତ୍ରିକ କହିଥିବା ସ୍ଥାନରେ ପହଞ୍ଚିଥିଲେ । ତାନ୍ତ୍ରିକ ତାଙ୍କୁ ଏକ ନିଶା ପଦାର୍ଥ ପିଇବାକୁ ଦେଇଥିଲା । ଏହାପରେ ସେ ବେହୋସ ହୋଇପଡିଥିଲେ । ବେହୋସ୍ ଅବସ୍ଥାରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତାଙ୍କ ଅଶ୍ଲୀଳ ଭିଡିଓ ବନାଇଦେଇଥିଲା । ମହିଳାଙ୍କ ହୋସ୍ ଆସିବା ପରେ ତାନ୍ତ୍ରିକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ କାହାକୁ ଏକଥା ନକହିବା ପାଇଁ ଧମକ ଦେଲା । ଯଦି କିଏ ଏସମ୍ପର୍କରେ ଜାଣନ୍ତି ତେବେ ଭିଡିଓକୁ ଭାଇରାଲ କରିବାର ଧମକ ଦେଲା ତାନ୍ତ୍ରିକ । ଏହାପରେ ଏକ ମାସ ଧରି ସେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲା ।  

ତାନ୍ତ୍ରିକର ବଢୁଥିବା ଶୋଷଣ ଦେଖି ମହିଳା ଦିନେ ତାକୁ ବିରୋଧ କଲେ । ଏହା ପରେ ତାନ୍ତ୍ରିକ ସୋସିଆଲ ମିଡିଆରେ ଭିଡିଓକୁ ଭାଇରାଲ କରିଦେଲା । ପୋଲିସ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଦୁଷ୍କର୍ମ, ଜୀବନରୁ ମାରିଦେବାକୁ ଧମକ, ଆଇଟି ଆକ୍ଟ, ଏସସିଏସି ଆକ୍ଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି । ଡିଏସପି ରାମଦତ୍ତ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଚାଲିଛି । ତେବେ ତାନ୍ତ୍ରିକ ଏବେ ଫେରାର ଅଛି । ତାକୁ ସନ୍ଧାନ କରୁଛି ପୋଲିସ ।

   ସମ୍ବନ୍ଧିତ ଖବର


ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର