PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଘାରିଲା ପବଜି ନିଶା; ପୁଲିସ ବାପାର ଗୋଡ଼ ଓ ମୁଣ୍ଡକୁ କାଟି ହତ୍ୟା କଲା ପିଶାଚ ପୁଅ

ବେଙ୍ଗାଲୁରୁ ୧୦।୯: ଘାରିଲା ପବ୍‌ଜି ନିଶା। ଭିଡିଓ ଗେମ୍ ଖେଳିବାକୁ ବାରଣ କରିବାରୁ ବାପାକୁ ହାଣି ହତ୍ୟା କଲା ୨୧ ବର୍ଷୀୟ ପୁଅ। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ବେଲ୍‌ଗାମ୍ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣକ ହେଲେ କାକ୍ତି ଥାନା ଅଧୀନସ୍ଥ ସିଦ୍ଧେଶ୍ୱର ନଗରର ଶେକରପ୍ପା ରେଭପ୍ପା କୁମ୍ବର।

ମିଳିଥିବା ଅଭିଯୋଗ ଅନୁସାରେ, ୪ ମାସ ତଳେ ପୁଲିସ ଚାକିରୀରୁ ଅବସର ନେଇଥିଲେ ୬୧ ବର୍ଷୀୟ ଶେକରପ୍ପା। ତାଙ୍କ ପୁଅ ରଘୁବୀର ଡିପ୍ଲୋମା ପାସ୍‌ କରିବା ପରେ ବେରୋଜଗାର୍‌ ହୋଇ ଘରେ ବସିରହି ସବୁବେଳେ ଭିଡିଓ ଗେମ୍‌ ଖେଳୁଥିଲା। ତେଣୁ ଶେକରପ୍ପା ପୁଅ ରଘୁବୀରକୁ ସବୁବେଳେ ଭିଡିଓ ଗେମ୍ ଖେଳିବାକୁ ବାରଣ କରୁଥିଲେ।

ରବିବାର ପୁଅ ରଘୁବୀର ପୁଣି ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଶେକରପ୍ପା ତାଗିଦ୍‌ କରିଥିଲେ। ଏଥିରେ ବିରକ୍ତି ହୋଇ ରଘୁବୀର ପଡ଼ିଶା ଘର ଝରକା କାଚକୁ ଏକ ପଥର ଫିଙ୍ଗି ଘରୁ ବାହାରି ଯାଇଥିଲା। ପଡ଼ିଶାଘର ଲୋକେ ପୁଲିସ୍‌କୁ ଖବର ଦେବାରୁ କାକଟି ପୁଲିସ୍ ଉଭୟ ବାପା ପୁଅଙ୍କ ନାଁରେ ସମନ କରିଥିଲା। ଏହାପରେ ଶେକରପ୍ପା ପୁଅର ଭିଡିଓ ଗେମ୍‌ ନିଶା ଲାଗିଥିବା ପୁଲିସ୍‌କୁ କହିବାରୁ ପୁଅକୁ ପ୍ରାୟ ଘଣ୍ଟେ କାଳ ପଚରାଉଚରା କରି ପୁଲିସ୍‌ ଉଭୟଙ୍କୁ ଛାଡ଼ି ଦେଇଥିଲା।

ବାପା ପୁଅ ଘରକୁ ଫେରିବା ପରେ ପୁଣି ମୋବାଇଲ୍‌ ଧରି ଅଧରାତି ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳିଥିଲା ରଘୁବୀର। ଏହା ଦେଖି ଶେକରପ୍ପା ତାକୁ ପୁଣି ପାଟି କରି ଶୋଇବାକୁ କହିଥିଲେ। ଏଥିରେ ଖୁବ୍‌ ଉତ୍‌କ୍ଷିପ୍ତ ହୋଇ ରାଗି ଯାଇଥିଲା ରଘୁବୀର। ଆଉ ଯୋଜନା ମୁତାବକ ଭୋର୍‌ ୫ଟା ସମୟରେ ଘରର ଅନ୍ୟ ସଦସ୍ୟ ଶୋଇଥିବା ରୁମ୍‌ର କବାଟ ବନ୍ଦ କରି ଦେଇଥିଲା। ଏହାପରେ ଏକ ପରିବା କଟା ଛୁରିରେ ବାପାଙ୍କୁ ଆକ୍ରମଣ କରିଥିଲା ରଘୁବୀର।

ଛୁରି ଆଘାତରେ ଶେକରପ୍ପା ଚିତ୍କାର କରିବାରୁ ଘରେ ଥିବା ତାଙ୍କ ପତ୍ନୀଙ୍କ ନିଦ ଭାଙ୍ଗିଯାଇଥିଲା। ସେ ପଡ଼ିଶା ଘରକୁ ଡାକ ପକାଇବାରୁ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଫୋନ୍ କରିଥିଲେ ପଡ଼ିଶା ଲୋକେ। ପୁଲିସ୍ ପହଞ୍ଚିବା ବେଳକୁ ଶେକରପ୍ପାଙ୍କୁ ହତ୍ୟା କରିସାରିଥିଲା ପୁଅ। ତାଙ୍କ ବାମ ଗୋଡ଼ ଓ ମୁଣ୍ଡକୁ କାଟିଦେଇଥିଲା ପିଶାଚ ପୁଅ। ପୁଲିସ ଅଭିଯୁକ୍ତ ପୁଅକୁ ହେପାଜତକୁ ନେବା ସହ ହତ୍ୟାକାଣ୍ଡର ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର