ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ରାଜୁ କାଗେ କୁମାରସ୍ୱାମୀଙ୍କୁ କହିଲେ, 'ଆପଣ ୧୦୦ ଥର ଗାଧୋଇଲେ ବି ମଇଁଷି ଭଳି ଦେଖାଯିବେ'

ବେଙ୍ଗାଲୁରୁ ୧୭/୪: ବିଜେପିର ପୂର୍ବତନ ବିଧାୟକ ରାଜୁ କାଗେ ମୁଖ୍ଯମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ 'ଯଦି କୁମାରସ୍ୱାମୀ ୧୦୦ ଥର ଗାଧୋଇବେ ତଥାପି ମଇଁଷି ଭଳି ଦେଖାଯିବେ ।' ପ୍ରକୃତରେ ଘଟଣାଟି କିଛି ଏହିପରି । କିଛି ଦିନ ତଳେ କୁମାରସ୍ୱାମୀ ପିଏମ୍ ମୋଦିଙ୍କୁ ନେଇ ବୟାନ ଦେଇଥିଲେ ଯେ 'ମୋଦି ଚେହେରାଙ୍କୁ ଚମକାଇବା ପାଇଁ ମେକଅପର ସାହାଯ୍ଯ ନିଅନ୍ତି ।' ଏହାର ଜବାବରେ କୁମାରସ୍ୱାମୀଙ୍କୁ କଟାକ୍ଷ କରି ରାଜୁ କାଗେ କହିଛନ୍ତି ଯେ 'ଯଦି ସେ(କୁମାରସ୍ୱାମୀ) ୧୦୦ ଥର ଗାଧୋଇବେ ତେବେ ବି ମଇଁଷି ଭଳି ଦେଖାଯିବେ ।' ସେ ଏହା ମଧ୍ଯ କହିଛନ୍ତି ଯେ ମୋଦି ଗୋରା ଏବଂ କୁମାରସ୍ୱାମୀଙ୍କ ରଙ୍ଗ ଶ୍ୟାମଳ ।

ରାଜୁ କାଗେ କହିଛନ୍ତି ଯେ 'କୁମାରସ୍ୱାମୀ କହୁଛନ୍ତି ପିଏମ୍ ମୋଦି ଦିନରେ ୧୦ ଥର ପାଉଡର ଲଗାଉଛନ୍ତି ଏବଂ ୧୦ ଥର ଡ୍ରେସ୍ ବଦଳାଉଛନ୍ତି । ମୋଦି ଗୌରବର୍ଣ୍ଣ, ସେ ଆକର୍ଷକ ଦେଖାଯାନ୍ତି । କିନ୍ତୁ କୁମାରସ୍ୱାମୀ ଯଦି ୧୦୦ ଥର ଗାଧୋଇବେ ତେବେ ବି ମଇଁଷି ଭଳି ଦେଖାଯିବେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.